ବାଇକକୁ ପିଟିଲା ବୋଲେରୋ; ବାଇକ ଆରୋହୀଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

Published By : Prameya-News7 Bureau | January 13, 2019 IST

ବୌଦ୍ଧ ୧୩/୧ : ବୌଦ୍ଧ ଜ଼ୀଲ୍ଲା ଚାରିଛକ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଦୁର୍ଘଟଣା | ଚାରିଛକ ନିକଟରେ ଏକ ବାଇକକୁ ବୋଲେରୋ ଧକ୍କା ଦେଇଥିଲା । ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା | ମୃତକ ଜଣକ ହେଲେ ଗୁଣ୍ଡୁରିବିଡ଼ ଗ୍ରାମର ଗଣେଷ ବେହେରା | ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି | କ୍ଷତିପୂରଣ ଦାବିରେ ପରିବାରଲୋକ ଏବଂ ସ୍ଥାନୀୟ ଲୋକେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ | ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଂଚିଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଜାରୀ ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.