ଭୋଜି ଖାଇବାକୁ ଯାଇଥିଲେ, ନଦୀ ବନ୍ଧ ତଳକୁ ଖସିଲା ବୋଲେରୋ, ଗାଡିରେ ଥିଲେ ୧୧ଜଣ

Published By : Prameya-News7 Bureau | December 13, 2022 IST

ଜଗତସିଂହପୁର ୧୩।୧୨ : ନଦୀ ବନ୍ଧ ତଳକୁ ଖସିଲା ବୋଲେରୋ । ଯେଉଁଥିରେ ୧୧ ଜଣରୁ ଅଧିକ ଲୋକ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଜଗତସିଂହପୁର ତିର୍ତ୍ତୋଲ ଥାନା ଓଲଗଦା ନିକଟରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ବୋଲେରୋଟି ନଦୀ ବନ୍ଧ ତଳକୁ ଖସିପଡିଛି । ଯାହାଫଳରେ ଗାଡିରେ ଥିବା ୧୧ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ସମସ୍ତଙ୍କ ଘର କଟକ । ସମସ୍ତେ ବୋଲରୋ ଯୋଗେ ଏକାଠି  ହୋଇ ତିର୍ତ୍ତୋଲ ଅଞ୍ଚଳକୁ ଏକ ଭୋଜି ଖାଇବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.