suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ବୋଲେରୋ-ବାଇକ୍‌ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

23/08/2022 at 8:41 PM

ଉମରକୋଟ, ୨୩/୦୮: ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ଘାଟି କାକରପାଣି ନିକଟରେ ବୋଲେରୋ ଏବଂ ବାଇକ୍‌ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣ ହେଲେ ହାତୀବାଡ଼ି ଗାଁର ରତ୍ନାକର ଗୌଡ଼ ଏବଂ ଭତାଝରଗାଁର ଶୁକାଲ ଦେଇ ମାଝୀ । ସୂଚନା ଅନୁଯାୟୀ ବତାଜର ଗାଁର ଶୁକାଲ ଦେଇ ମାଝୀ ଏବଂ ଫୁଲଶିଙ୍ଗ ମାଝୀ କଲେଗାଁ ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଅନେକାବେଡାର ଏକ ପରିଚିତ ବୋଲେରୋ ଯୋଗେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଚାନ୍ଦାହାଣ୍ଡି ଘାଟି କାକରପାଣି ନିକଟରେ ବିପରୀତ ଦିଗରୁ ହାତିବଡୀ ଗାଁର ରତ୍ନାକର ଗୌଡ଼ ଚନ୍ଦାହାଣ୍ଡିରୁ ନିଜ ଗାଁକୁ ଫେରୁଥିବା ବେଳେ ସମୟରେ ବୋଲେରୋ ଏବଂ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଯାଇଥିଲା । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇ ଝରିଗାଁ ଗଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି ।

   Related Posts