ବୋଲେରୋକୁ ଆକ୍ରମଣ କଲା ଦନ୍ତା, ଭାଙ୍ଗିଦେଲା କାଚ, ଭିତରେ ଶୋଇଥିଲେ ଡ୍ରାଇଭର

Published By : Prameya-News7 Bureau | May 23, 2021 IST

କରଞ୍ଜିଆ,୨୩/୦୫:  ବୋଲେରୋକୁ ଆକ୍ରମଣ କଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ  ଚମ୍ପାଝର ଫୋରେଷ୍ଟ ବିଟ ଅଞ୍ଚଳର ମାଙ୍କଡ଼ବେଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ବୋଲେରୋକୁ ଗୋଟିଏ ଦନ୍ତା ହାତୀ ଆକ୍ରମଣ କରିଛି । ଏହାସହ ଗାଡିକୁ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି।

ଗ୍ରାମର ମନୋଜ ମହାନ୍ତି ବୋଲେରୋକୁ ରାତିରେ ବାହାରେ ରଖି ଗାଡି ଭିତରେ ଶୋଇ ଯାଇଥିଲେ ।ବିଳମ୍ବିତ ରାତିରେ ଶିମିଳିପାଳ ଅଞ୍ଚଳରୁ ଏକ ଦନ୍ତା ହାତୀ ଆସି ଗାଡିକୁ ଦାନ୍ତ ଓ ଶୁଣ୍ଢରେ ଆକ୍ରମଣ କରିଥିଲା।ହାତୀ ଆକ୍ରମଣ ସମୟରେ ଜୀବନ ବିକଳରେ ଡ୍ରାଇଭର ଗାଡି ଭିତରେ ଶୋଇ ରହିଥିଲେ।ହାତୀ ସେଠାରୁ ଯିବା ପରେ ଡ୍ରାଇଭର ଗାଡି ଭିତରୁ ବାହାରକୁ ବାହାରି ଥିଲେ।ହାତୀ ଆକ୍ରମଣରେ ଗାଡିର କାଚ ଭାଙ୍ଗିବା ସହ ହାତୀ ଦାନ୍ତ ଦ୍ୱାରା ଗାଡିର ଅନେକ ସ୍ଥା କଣା କରି ଦେଇଥିବା ଦେଖା ଯାଇଛି।ଏ ସମ୍ପର୍କରେ ଗାଡି ମାଲିକ ବନ ବିଭାଗକୁ ଜଣାଇବା ପରେ ବନ କର୍ମଚାରୀମାନେ ଘଟଣା ସ୍ଥଳକୁ ଆସି ତଦନ୍ତ ଜାରୀ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.