ରାଉରକେଲା ସେକ୍ଟର-୫ରେ ବୋଲେରୋ ଧକ୍କାରେ ଜଣେ ମୃତ, ୫ଜଣ ଗୁରୁତର
20/10/2018 at 11:31 PM

ରାଉରକେଲା ୨୦/୧୦: ରାଉରକେଲା ସେକ୍ଟର-୫ରେ ବୋଲେରୋ ଧକ୍କାରେ ଜଣେ ମୃତ, ୫ଜଣ ଗୁରୁତର । ମୃତବ୍ୟକ୍ତି ଜଣକ ହେଲେ ସେକ୍ଟର-୬ ଜି ବ୍ଲକର ଦୁର୍ଯ୍ୟୋଧନ ସାହୁ । ଅନ୍ୟ ୫ ଜଣ ଗୁରୁତରଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସିଆଇଏସଏଫର ଜଣେ ଯବାନ, ଏବଂ ମୃତ ଦୁର୍ଯ୍ୟୋଧନଙ୍କ ଝିଅ ଏବଂ ନାତୁଣୀ ଅଟନ୍ତି। ୫ଜଣଙ୍କୁ ଗୁରୁତର ଆବସ୍ଥାରେ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରି ତଦନ୍ତ ଚଳାଇଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023