କମଳା ରଂଗର ଡ୍ରେସ ପିନ୍ଧି ବୋଲ୍ଡ ଲୁକ୍ରେ ନଜର ଆସିଲେ କାଇଲି ଜେନର

Published By : Prameya-News7 Bureau | May 29, 2019 IST

ହଲିଉଡ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ତାଙ୍କ ବୋଲ୍ଡନେସ ପାଇଁ ଚର୍ଚ୍ଚାରେ ଥାନ୍ତି। ହଲିଉଡ ସେନସେସନ୍‌ କାଇଲି ଜେନର ୨୧ ବର୍ଷ ବୟସରେ ପୂରା ଇଣ୍ଡଷ୍ଟ୍ରିରେ ଧମାଲ କରୁଛନ୍ତି। ରିଆଲିଟି ଟିଭି ସୋ’ର ଷ୍ଟାର କାଇଲି ନିଜ ଅଭିନୟ ଓ ଅନ୍ଦାଜ ପାଇଁ ବେଶ ପପୁଲାର।

{"id":117297,"width":575,"height":575}

ଇଣ୍‌ଷ୍ଟା, ଫେସବୁକ୍‌ ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ତାଙ୍କର କୋଟି କୋଟି ଫାନ ଫଲୋଇଂ ଅଛନ୍ତି। ସୋସିଆଲ ମିଡିଆରେ କାଇଲି ଖୁବ୍‌ ଆକ୍ଟିଭ ରୁହନ୍ତି। ପ୍ରତ୍ୟେକ ଦିନ ସେ ତାଙ୍କର ସେକ୍ସି ଫଟୋ ସୋସିଆଲ ମିଡିଆରେ ସେଆର କରନ୍ତି।

{"id":117299}

ଦର୍ଶକମାନେ ତାଙ୍କ ଫଟୋ ଦେଖିବା ମଧ୍ୟ ବେଶ ପସନ୍ଦ କରନ୍ତି । ଏବେ କିଛି ଦିନ ତଳେ କାଇଲି ତାଙ୍କର ଏକ ହଟ୍‌ ଫଟୋ ସେଆର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ବୋଲ୍ଡ ଲୁକ୍‌ରେ ପୋଜ ଦେଇଛନ୍ତି। କାଇଲି ନିଜ ଫଟୋ ସେଆର କରିବା କ୍ଷଣେ ତାଙ୍କ ଫଟୋ ଭାଇରାଲ ହେବାକୁ ଲାଗେ।

{"id":117300}

ଏହି ଫଟୋରେ ସେ ତାଙ୍କ ଡ୍ରେସକୁ ମ୍ୟାଚ୍‌ କରି ମେକ୍‌ଅପ ନେଇଥିଲେ। ଫଟୋରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ଲୁକ୍‌ରେ ଡିନରରେ ଯାଉଥିବା ବେଳେ କାଇଲିଙ୍କୁ ସ୍ପଟ୍‌ କରାଯାଇଥିଲା। ଏକ ମ୍ୟାଗଜିନରୁ ମିଲିଥିବା ସୂଚନା ଅନୁସାରେ, କାଇଲି ବିଶ୍ବର ସବୁଠୁ କମ ବୟସରେ ଅଧିକ ପ୍ରତିଷ୍ଠା ଲାଭ କରିଛନ୍ତି।

{"id":117301}

ହଲିଉର ଦାମି ଅଭିନେତ୍ରାଙ୍କ ମଧ୍ୟରୁ ଜଣେ ହେଉଛନ୍ତି କାଇଲି। ନିଜ ପରିଶ୍ରମ ଯୋଗୁଁ ସେ ଆଜି ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛନ୍ତି। ଏବେ ସେ କୋଟି କୋଟି ଡଲାରର ମାଲିକାଣୀ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.