LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରହସ୍ୟ ଘେରରେ ବଲାଙ୍ଗୀର ଛାତ୍ର କଂଗ୍ରେସ ସଭାପତିଙ୍କ ମୃତ୍ୟୁ

11/05/2018 at 7:02 AM

ବଲାଙ୍ଗୀର ଛାତ୍ର କଂଗ୍ରେସ ସଭାପତିଙ୍କ ମୃତ୍ୟୁ ପରେ ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି …. କଂଗ୍ରେସ ନେତା ଠାରୁ କର୍ମି ଶେଷ ଦର୍ଶନ କରିବା ସହ ସରିଲା ଦାହ ସଂସ୍କାର କରାଯାଇଛି …… ଶୁଶାନ୍ତଙ୍କ ମୃତ ଶବ ଉଦ୍ଧାର ପରେ କେମିତି ଥିଲା ଫାର୍ମ ହାଉସର ପରିପାର୍ସ୍ବିକ ସ୍ତିତି ସେନେଇ ସ୍ତତି ପରଖିଥିଲା ଆମ ଟିମ ଦେଖନ୍ତୁ ନ୍ୟୁଜସେଭେନର ଗ୍ରାଉଣ୍ଡ ଜିରୋ ରିପୋର୍ଟ…..
ଆର ପାରିରେ ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଶାନ୍ତ ମିଶ୍ର। ଗତ କାଲି ସଂଦେହ ଜନକ ମୃତ ଶବ ଉଦ୍ଦାର କରାଯିବା ପରେ ସ୍ତବ୍ଧ ହୋଇପଡିଛି ସମଗ୍ର ବଲାଙ୍ଗୀର ସହର। ଏହା ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି। ସେପଟେ ଶୁଶାନ୍ତଙ୍କ ଶବକୁ ବ୍ୟବଚ୍ଛେଦ ପରେ କରାଯାଇଥିଲା ପରିବାର ଲୋକଙ୍କୁ ହସ୍ତାନ୍ତର। ତାଙ୍କ ବାସ ଭବନକୁ ନିଆଯିବା ପରେ ବଲାଙ୍ଗୀର ବିଧାୟକ ତଥା ବିରୋଧି ଦଳ ନେତା ନରସିଂଯହ ମିଶ୍ର ଓ ପୁର୍ବତନ ସାଂସଦ ପ୍ରଦୀପ ମାଝି ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ଲୋକଙ୍କୁ ସହାନୁଭୂତି ଜଣାଇଥିଲେ । ତା ସହ ଜିଲ୍ଳା କଂଗ୍ରେସ ନେତା ଓ କର୍ମି ଶୁଶାନ୍ତଙ୍କୁ ଶେଷ ଦର୍ଶନ କରିଥିଲେ । ପରେ ହାଟପଦା ପଡା ଠାରେ ଥିବା ସ୍ମଶାନରେ ତାଙ୍କ ଦାହ ସଂସ୍କାର କରାଯାଇଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା , କଣ ରହିଛି ଘଟଣା ପଛର ରହସ୍ୟ ? ଜଣେ ଛାତ୍ର ନେତାଙ୍କ ଏଭଳି ଆକସ୍ମିକ ମୃତ୍ୟୁ ପଛର କାରଣ କଣ ହୋଇଥାଇ ପାରେ ? ଏହା ବ୍ୟକ୍ତିଗତ ନାଁ ଅନ୍ୟ କୌଣସି କାରଣ ରୁ ହୋଇଥାଇ ପାରେ ସେ ନେଇ ପୋଲିସ ତଦନ୍ତ କରୁଛି। ସେପଟେ କିନ୍ତୁ ପାରିପାସ୍ପିକ ସ୍ତିତି କୁ ଦେଖିବା ସହ ଶୁଶାନ୍ତଙ୍କ ଶରୀରରେ କିଛିଟା ରକ୍ତ ଜମାଟ ସହ କିଛି ଚିହ୍ନ ରହିଥିବାରୁ ଏହାକୁ ଆଧାର କରି ପରିବାର ପକ୍ଷରୁ ତଥା ଜିଲ୍ଲା କଂଗ୍ରେସ ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଦାବି କରି ଏହାର ସଠିକ ତଦନ୍ତ ର କରିଛି ଦାବି। ତେବେ ଏନେଇ ଆମ ବଲାଙ୍ଗୀର ପ୍ରତିନିଧି ଶୁଶାନ୍ତ ଙ୍କ ଝୁଲନ୍ତି ଶବ ମିଳିଥିବା ବିରମୂଣ୍ଡା ଫାର୍ମହାଉସ ର ଘରକୁ ଯାଇ ସେଠାରେ ଗ୍ରାଉଣ୍ଡ ଜିରୋସ୍ତିତି ପରଖିଛନ୍ତି ।

Leave a Reply

   Related Posts