ବନ୍ଧୁକଧାରୀ ଅପରାଧୀଙ୍କୁ କାବୁ କଲା ପୋଲିସ, ରାସ୍ତାରେ ବୁଲାଇଲା, ସ୍ପଟ୍‌ ଚିହ୍ନଟ କଲା

Published By : Prameya-News7 Bureau | December 04, 2022 IST

ବଲାଙ୍ଗୀର, ୪/୧୨: ବଲାଙ୍ଗୀରରେ ବଢୁଛି ଅପରାଧୀଙ୍କ ପ୍ରାଦୁର୍ଭାବ । ଆଉ ଏହାକୁ ନଜରରେ ରଖି ପୋଲିସ ମଧ୍ୟ ଆରମ୍ଭ କରିଛି ଅପରାଧୀ ଦମନ ପ୍ରକିୟା । ତେବେ ବିଗତ ଦିନରେ ବଲାଙ୍ଗୀର ସହରରେ ମରଣା ଅସ୍ତ୍ର ସହ ବନ୍ଧୁକ ଦେଖାଇ ଲୁଟ କରିଥିବା କିଛି ଅପରାଧୀଙ୍କୁ କାବୁ କରିଛି ପୋଲିସ । ରାଜେଶ ବେହେରା ଏବଂ ମଣିଷ ବେହେରା ନାମକ ଦୁଇଜଣ ବ୍ୟକ୍ତି ବନ୍ଧୁକ ଦେଖାଇ ଲୁଟ କରୁଥିବା ଅଭିଯୋଗରେ ଗିରଫ କରିଛି ପୋଲିସ । ସେହିପରି ଛୁରମାଡ଼ କରି ଡକାୟତି କରିଥିବା ଜଣେ ଅପରାଧୀ ରାଜା ପରଡ଼ିଆକୁ ଗିରଫ କରିଛି ପୋଲିସ।

ତେବେ ଏମାନେ ବିଭିନ୍ନ ସ୍ଥାନରେ ଲୁଟ ସହ ଡକାୟତି କରୁଥିଲେ । ସେମାନଙ୍କୁ ଗିରଫ କରିବା ସହ ସ୍ଥାନୀୟ ଅଞ୍ଚଳରେ ବୁଲାଇ ସ୍ପଟ୍‌ ଭେରିିଫିକେସନ କରିଛି ପୋଲିସ୍‌। କିଭଳି ଭାବରେ ଡକାୟତି କରୁଥିଲେ ଏନେଇ ଡେମୋ ଦେଖାଇଛନ୍ତି ଅପରାଧି। ବଲାଙ୍ଗୀର ସହରରେ ହେଉଥିବା ଅପରାଧ ଉପରେ ରୋକ ଲଗାଇବା ପାଇଁ ପୋଲିସ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଥିବା ବେଳେ ଆଗକୁ ଏହି ଅପରାଧୀ ଦମନ ପ୍ରକିୟା ଜାରି ରହିବ ବୋଲି କହିଛନ୍ତି ଏସପି ନିତିନ କୁଶଳକର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.