ଭିଜିଲାନ୍ସ ଜାଲରେ ପିଏଚ୍‌ଡି ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ

Published By : Prameya-News7 Bureau | February 14, 2020 IST

ବଲାଙ୍ଗିର ୧୪।୨: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବଲାଙ୍ଗୀର ପିଏଚଡି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ଦୁରିଆଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାପଡିଛି ।

{"id":224303,"sizeSlug":"large"}

ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ବଲାଙ୍ଗୀର ଅଫିସ ସହ ବାରିପଦାରେ ଥିବା ପୈତୃକ ଘର, ବାସଭବନ ଓ ଶ୍ବଶୁର ଘର ସମେତ ଭୁବନେଶ୍ବରରେ ଥିବା ଘର ଉପରେ ଏକ କାଳୀନ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଅଶୋକ କୁମାର ଦୁରିଆଙ୍କ ନାଁରେ ବହୁ ଅଭିଯୋଗ ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.