Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ସ୍ୱାମୀକୁ ପନିକିରେ ହାଣିଦେଲା ସ୍ତ୍ରୀ, ମୋବାଇଲ କଳିରୁ ସର୍ବନାଶ !

13/03/2023 at 10:20 AM

ବଲାଙ୍ଗୀର ୧୩।୦୩ : ସାତ ଜନମର ସାଥୀ ହେବା ହାତ ଧରିଥିଲେ I ଯାହା ପାଇଁ ହାତରେ ଶଙ୍ଖା ଓ ମୁଣ୍ଡରେ ସିନ୍ଦୁର ପିନ୍ଧି ସଜେଇ ହୋଇଥିଲା । ହେଲେ ସେହି ସ୍ୱାମୀକୁ ସାମାନ୍ୟ ମୋବାଇଲ ପାଇଁ ପନିକିରେ ଜଣେ ମହିଳା ହାଣି ଫେରାର ମାରିଥିବା ଅଭିଯୋଗ ହୋଇଛି I ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏଭଳି ଘଟଣା ଘଟିଛି।

ଖବର ଅନୁଯାୟୀ, କେସେର କେଲାଗାଁର  ଗଣେଶ୍ୱର ସୁନା ୨୦୧୭ ମସିହାରେ ଛତିଶଗଡ଼ର ବିଲାସପୁରର ଇଶ୍ୱରୀ କୁମାରୀଙ୍କ ସହ ବିବାହ କରିଥିଲେ। ବାହାଘର ପରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଦୁହିଁଙ୍କ ଝିଅଟିଏ ଜନ୍ମହେବା ପରେ ପରସ୍ପର ମଧ୍ୟରେ ଅସନ୍ତୋଷ ବଢିବା ସହ ଝଗଡ଼ା ବଢିଥିଲା । ଅନ୍ୟତ୍ର ସଂପର୍କକୁ ନେଇ ଉଭୟ ଉଭୟଙ୍କୁ ସନ୍ଦେହ କରୁଥିଲେ  ।

ତେବେ ରବିବାର ରାତିରେ  ଏହା ଉଗ୍ରରୂପ ନେଇଥିଲା। ସ୍ୱାମୀ ସୋଇଥିବା ବେଳେ ସ୍ତ୍ରୀ ଈଶ୍ୱରୀ ପନିକିରେ ହାଣୀ ଘରୁ ଫେରାର ମାରିଛି । ଗୁରୁତର ଅବସ୍ଥାରେ  ଗଣେଶ୍ୱରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।  ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ଅଛି I  ସ୍ୱାମୀଙ୍କୁ ଆକ୍ରମଣ କରିବା ପରେ ଝିଅକୁ ଧରି ସ୍ତ୍ରୀ ଫେରାର ମାରିଛି I 

   Related Posts