ପାଳିତ ହେଲା ଓଡ଼ିଆ ସ୍ବାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ- ବିଭିନ୍ନ ପବିତ୍ର ନଦନଦୀ ଓ ପୁଷ୍କରଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

Published By : Prameya-News7 Bureau | November 12, 2019 IST

ଭୁବନେଶ୍ୱର ୧୨।୧୧ -ଆଜି କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବିଭିନ୍ନ ନଦୀ, ପୁଷ୍କରଣୀ ଆଦିରେ ଡଙ୍ଗା ଭସାଇଛନ୍ତି ଲୋକେ । ପୁରୀ ମହୋଦଧିରେ ବଡି ଭୋରରୁ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇବା ସହ କଦଳୀ ପଟୁକାରେ ଡଙ୍ଗା ଭସାଇ ପ୍ରଥମ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିଥିଲେ । ଆଜିର ଦିନରେ ସକାଳୁ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତିର ବିଶ୍ବାସ ରହିଛି । …

{"id":183000}

ଆ-କା-ମା- ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର । ଏଭଳି ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା ବିଭିନ୍ନ ନଦୀ, ପୁଷ୍କରଣୀ ଆଦିର କୂଳର ପରିବେଶ । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଥିଲା ଶ୍ରୀକ୍ଷେତ୍ର ।ବଡି ଭୋରରୁ ପୁରୀ ମହୋଦଧିରେ ବୁଡ଼ ପକାଇବା ସହ କଦଳୀ ପଟୁକାରେ ଡ଼ଙ୍ଗା ଭସାଇ ପ୍ରଥମ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ସମୁଦ୍ର କୂଳରେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।ସେହପରି ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନେ ସୁନାବେଶରେ ଦର୍ଶନ ଦେଉଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ଓ ଶ୍ରୀମନ୍ଦିର ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ହରିବୋଲ, ହୁଳହୁଳି ସହ ଭକ୍ତଙ୍କ ସଂକୀର୍ତ୍ତନ ଶୋଭାଯାତ୍ରାରେ ବଡ଼ଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

{"id":183011}

ସେହିପରି ଭୁବନେଶ୍ବର ବିନ୍ଦୁସାଗରରେ ମଧ୍ୟ ଡଙ୍ଗା ଓ ବୋଇତ ଭସାଇବାକୁ ବଡି ଭୋରରୁ ନାହିଁନଥିବା ଭିଡ ଜମିଥିଲା । ଏଥିସହ ରାଜ୍ୟର ବିଭିନ୍ନ ପୁଷ୍କରଣୀ, ନଦୀ, ନାଳ ଆଦିରେ ଶ୍ରଦ୍ଧାଳୁ ଭୋରରୁ ଉତ୍ସାହର ସହ ଡଙ୍ଗା ଭସାଇଛନ୍ତି । କିଏ କଦଳୀ ପଟୁଆରେ ନିର୍ମିତ ଡଙ୍ଗା ଭସାଇଛି ତ ପୁଣି କିଏ ସୋଲରେ ନିର୍ମିତ ରଙ୍ଗବେରଙ୍ଗର ଡଙ୍ଗା ଭସାଇଛନ୍ତି ।

{"id":183001}

ଆଜି ବି ଓଡ଼ିଆ ସ୍ବାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରି ଏହି ଐତିହାସିକ ଗାଥାକୁ ମନେପକାଇଥିଲେ। ସେହିଭଳି ଆଜିଠାରୁ କଟକର ଐତିହାସିକ ବାଲାଯାତ୍ରା ଆରମ୍ଭ ହୋଇଛି ।…

{"id":183004}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.