ବଏଲର ଫାଟି ଜଳିଲା କାରଖାନା : ୨ମୃତ , ଡଜନେରୁ ଅଧିକ ଗୁରୁତର

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ ୨୮।୦୨: ରାଜଧାନୀରେ ପୁଣି ଅଗ୍ନିକାଣ୍ଡ ଦୁର୍ଘଟଣା । ଦିଲ୍ଲୀ ବାହାଦୁରଗଡର ଏକ ଫ୍ୟାକ୍ଟିରେ ଭୟାବହ  ଅଗ୍ନିକାଣ୍ଡ ଘଟିଛି । ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

ଶୁକ୍ରବାର ଦିନ ବହାଦୁରଗଡର ଏକ ଫ୍ୟାକ୍ଟ୍ରିରେ ବଏଲର ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ଆଖ ପାଖରେ ଥିବା ଫ୍ୟାକ୍ଟ୍ରିକୁ ବ୍ୟାପିଯାଇଥିଲା । ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଫ୍ୟାକ୍ଟ୍ରି ମଧ୍ୟରେ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି ।  

ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ. ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି । ଆବଶ୍ୟକ ପଡିଲେ ଅଧିକ ଅଗ୍ନିଶମ ବାହିନୀ ପଠାଯିବ ବୋଲି ସୂଚନା ମିଳିଛି । ତେବେ ବଏଲର ଫାଟିବା ଦ୍ବାରା ନିକଟରେ ଥିବା ଏକା ପାଚେରୀ ଭୁଷୁଡି ପଡିଛି । ଯାହା ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.