Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶେଷକୃତ୍ୟ ବେଳେ ଯୁବକଙ୍କ ଜିଭ ବାହାରକୁ ବାହାରିଥିବା ଦେଖିଲେ ବ୍ରାହ୍ମଣ: ଶେଷକୃତ୍ୟ ନକରି ଖବରଦେଲେ ପୋଲିସକୁ

25/01/2019 at 4:50 PM

ଦିଲ୍ଲୀ ୨୫/୧ : ସ୍ମଶାନରେ ଶେଷକୃତ୍ୟ ପାଇଁ ଯୁବକଙ୍କ ଶବ ରଖାଯାଇଥିଲା | ଶେଷକୃତ୍ୟ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ପଣ୍ଡିତଙ୍କ ନଜର ଯୁବକଙ୍କ ବେକରେ ଥିବା ଚିହ୍ନ ଉପରେ ପଡିଥିଲା | ସେ ଦେଖିଥିଲେ ଯୁବକଙ୍କ ଝିଭ ମଧ୍ୟ ବାହାରକୁ ବାହାରି ରହିଛି | ଶବର ଅବସ୍ଥା ଦେଖି ଯୁବକଙ୍କ ସହ କିଛି ଗୋଟେ ଅଘଟଣ ଘଟିଥିବା ଭଳି ମନେ ହୋଇଥିଲା ପଣ୍ଡିତଙ୍କୁ | ସେ ସଂଗେସଂଗେ ପୋଲିସକୁ ଫୋନ କରିଥିଲେ | ଖବରପାଇ ପୋଲିସ ସ୍ମଶାନ ଘାଟରେ ପହଞ୍ଚିଥିଲା | ଶବର ସତ୍କାର ନହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା | ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଲା ଯେ, ଯୁବକ ଆତ୍ମହତ୍ୟା କରିଥିଲେ | ଯୁବକଙ୍କ ନାଁ ତରୁଣ | ତାଙ୍କୁ ୨୨ ବର୍ଷ ବୟସ ହୋଇଥିଲା | ଗୁରୁବାର ସକାଳେ ଘଟିଥିଲା ଘଟଣା |


ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଜଣେ ଯୁବକଙ୍କ ଶବ କିଷନଗଡ଼ ସ୍ମଶାନକୁ ନିଆଯାଇଥିଲା | ସେଠାରେ ଅନ୍ତିମ ସଂସ୍କାର ପାଇଁ ଡ଼କାଯାଇଥିବା ପଣ୍ଡିତ ଦେଖିଥିଲେ ଯେ, ଯୁବକଙ୍କ ବେକରେ ଚିହ୍ନ ରହିଛି ଏବଂ ଜିଭ ବାହାରକୁ ବାହାରିଛି | ତେବେ ପଣ୍ଡିତ ଯୁବକଙ୍କ ଘରଲୋକଙ୍କୁ କହିଥିଲେ ଯେ, ଏହା ସାଧାରଣ ମୃତ୍ୟୁ ନୁହେଁ | ଯୁବକ ନିଶ୍ଚୟ ଆତ୍ମହତ୍ୟା କରିଛି | କିନ୍ତୁ ପରିବାରଲୋକେ ପଣ୍ଡିତଙ୍କ କଥା ଶୁଣିବାକୁ ରାଜିନଥିଲେ | ଫଳରେ ଯୁବକଙ୍କ ପରିବାର ଏବଂ ପଣ୍ଡିତଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା | ଶେଷରେ ଦିନ ୧୧ଟା ବେଳେ ପଣ୍ଡିତ ପୋଲିସକୁ ଫୋନ କରି ଘଟଣା ସମ୍ପର୍କରେ ଖବର ଦେଇଥିଲେ |


ଖବରପାଇ ପୋଲିସ ସ୍ମଶାନ ଘାଟରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ପୋଲିସ ଘରଲୋକଙ୍କୁ ପଚାରିବାରୁ ଜଣାପଡିଥିଲା ଯେ, ଯୁବକ ପୂର୍ବ ଦିନ ରାତିରେ ଘରେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିଲେ | ରାତିରେ ଯୁବକ ଫସି ଲଗାଇଥିବା ପରିବାରଲୋକେ ଜାଣିନଥିଲେ | ସକାଳେ ଘରଲୋକ ଉଠିବାରୁ ଜାଣିଥିଲେ ଯେ, ଯୁବକ ଆତ୍ମହତ୍ୟା କରିଛନ୍ତି | ଭୟରେ ପରିବାର ଲୋକେ ପୋଲିସକୁ ଖବର ଦେଇନଥିଲେ | ପୋଲିସକୁ ଯୁବକଙ୍କ ଘରୁ କୌଣସି ସୂଈସାଇଡ ନୋଟ ମିଳିନଥିଲା | ତଦନ୍ତରେ ଜଣାପଡିଥିଲା ଯେ, ଗତ କିଛି ଦିନ ହେଲା କୌଣସି କାରଣରୁ ଯୁବକ ମାନସିକ ରୂପେ ଭାଙ୍ଗି ପଡ଼ିଥିଲେ |

   Related Posts