ଅଜଣା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କଲା ପୋଲିସ; ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 30, 2022 IST

ବୋରିଗୁମ୍ମା ୩୦/୧୨: କୋଟପାଡ଼ରେ ଜଙ୍ଗଲରୁ ମିଳିଥିବା ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ଘଟଣାର ପୋଲିସ ପର୍ଦାଫାସ କରିଛି।  ମାତ୍ର ୧୦ ହଜାର ଟଙ୍କାକୁ କେନ୍ଦ୍ର କରି ଯୁବକଙ୍କୁ ୩ ଅଭିଯୁକ୍ତ ଯୋଜନାବଦ୍ଧ ହତ୍ୟା କରିଛନ୍ତି। ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ନେଇ ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀରେ ଏଏସପି ଉତ୍କଳକେଶରୀ ଦାଶ  କହିଛନ୍ତି। ଗିରଫ  ଅଭିଯୁକ୍ତଙ୍କ ମଧ୍ୟରେ ଧନୁର୍ଯ୍ୟୟ ସୌରା, ଧନୁର୍ଯ୍ୟୟ ବିନ୍ଧାଣି ଓ ଜଣେ ସହଯୋଗୀ  ଅଛନ୍ତି। ୨୦୨୨ ସେପ୍ଟେମ୍ବର ୯ରେ ମୃତଦେହ ଉଦ୍ଧାର ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କରି ଫିଙ୍ଗାହୋଇଛି ବୋଲି ଶବ ବ୍ୟବଛେଦ ପରେ ପୋଲିସ ଜାଣିବାକୁ ପାଇଲା। ପରେ ମୃତ ବ୍ୟକ୍ତିଙ୍କ ପରିଚୟ ପୋଲିସ ଖୋଜିଥିଲା

ମୃତ ବ୍ୟକ୍ତିଙ୍କ ପରିଚୟ ଅମନ ଜସବାଲ। ସେ ଉତ୍ତରପ୍ରଦେଶ ଜଗଦଲପୁର ଦେଇ ଓଡ଼ିଶାକୁ କିଛି ସାଙ୍ଗଙ୍କ ସହ ଆସିଥିଲେ। ଓଡ଼ିଶାରୁ ଗଞ୍ଜେଇ ଚାରା ଚାଲାଣ ପାଇଁ ସେ ଯୋଜନା କରିଥିଲେ।ତାଙ୍କର ସମସ୍ତ ସାଥୀ ଫେରି ଯାଇଥିବା ବେଳେ ଅମନ ଚାଲାଣ ପାଇଁ ଅଗ୍ରୀମ ୧୦ ହଜାର ଟଙ୍କା ଧନୁର୍ଯୟଙ୍କୁ ଦେଇଥିଲେ। ସେ ଟଙ୍କା ନେବେ  କିମ୍ୱା ମାଲ୍‌ ନେବେ ବୋଲି କୋଟପାଡ଼ରେ ଥିଲେ। ଅମନଙ୍କ ଟଙ୍କା ନେଇଥିବା ଧନୁର୍ଯୟ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ। ଗୋଟିଏ ବାଇକରେ ସେମାନେ ଜଙ୍ଗଲକୁ ଅମନଙ୍କୁ ନେଇଥିଲେ। ଅମନଙ୍କୁ ପ୍ରଥମେ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଧନୁର୍ଯୟ। ପରେ ତାଙ୍କ ବେକକୁ କପଡ଼ା ରେ ଚିପି ହତ୍ୟା କରିଥିଲେ। ହତ୍ୟା ପରେ ଅମନଙ୍କୁ ଖାଲି ଦେହରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.