କୁଶଭଦ୍ରା ନଦୀରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ
19/08/2022 at 11:11 PM

ବାଲିପାଟଣା ୧୯/୦୮: ବାଲିଅନ୍ତା ରାମଚନ୍ଦ୍ରପୁର ପାଖ କୁଶଭଦ୍ରା ନଦୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ଦିନ ପୂର୍ବରୁ ଜଣେ ବ୍ୟକ୍ତି ଏହି ନଦୀରେ ଭାସିଯାଇଥିଲେ। ଏହାର ଦିନକ ପରେ ବାଲିପାଟଣା ମୁଣ୍ଡହଣାପାଟଣା ପାଖ କୁଶଭଦ୍ରା ନଦୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିବାର ଲୋକ ଘଟଣା ସ୍ଥଳରେ ନିଖୋଜ ଅମୁଲ୍ୟ ରାଉତଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି।
ଚଳିତ ସପ୍ତାହ ଗୁରୁବାର ରାମଚନ୍ଦ୍ରପୁର ଗାଁର ଅମୂଲ୍ୟ ରାଉତ ସମ୍ପର୍କିୟ ଭାଇଙ୍କ ଶୁଦ୍ଧି କ୍ରିୟାରେ ଯୋଗ ଦେବା ପାଇଁ ବେଳେ କୁଶଭଦ୍ରା ନଦୀରେ ଭାସି ଯାଇଥିଲେ। ତାଙ୍କୁ ଓଡ୍ରାଫ ଟିମ୍ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ନିଖୋଜ ଅମୁଲ୍ୟଙ୍କୁ ଖୋଜି ପାଇ ନଥିଲେ। ଆଜି କୁଶଭଦ୍ରା ନଦୀରେ ମୃତଦେହ ଭାସୁଥିବା ବେଳେ ମୁଣ୍ଡହଣାପାଟଣାର ଗାଁ ଲୋକମାନେ ଦେଖିଥିଲେ। ପରେ କିଛି ସ୍ଥାନୀୟ ଯୁବକ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ବାଲିପାଟଣା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଧାନୀ ଡାକ୍ତରଖାନାକୁ ପଠାଇଛି।