ଚଣ୍ଡିଖୋଲ ୧୦/୦୧: ଝୁଲନ୍ତା ଅବସ୍ଥାରେ ମୃତଦେହ ନବବଧୂଙ୍କ ଉଦ୍ଧାର। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ସୁନ୍ଦରିଆ ଗାଁରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ବିଜୟ ମହାରଣା ଧାମନଗରରୁ ସ୍ଵର୍ଣ୍ଣଲତା ମହାରଣାଙ୍କୁ ୭ ମାସ ପୂର୍ବରୁ ବିବାହ କରିଥିଲେ। ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଫଳରେ ଗତକାଲି ବା ସୋମବାର ରାତିରେ ସୋନାଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
କିନ୍ତୁ ମଙ୍ଗଳବାର ସକାଳେ ଝୁଲନ୍ତା ଅବସ୍ଥାରେ ସୋନାଲିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେପଟେ ସୋନାଲିଙ୍କ ବାପଘର ଲୋକେ ଝିଅକୁ ଶାଶୁ ଘର ଲୋକ ଅତ୍ୟାଚାର ସହିତ ହତ୍ୟା କରାଯାଇଥିବା ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ପହଞ୍ଚି ମୃତଦେହକୁ ଜବତ କରିବା ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ଜାଣିବାକୁ ପାଇଁ ପୋଲିସ ତନାଘନା ଆରମ୍ଭ କରିଛି। ଅନ୍ୟପଟେ ସାଇଣ୍ଟିଫି୍କ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।