ଗୋହିରା ଡ୍ୟାମ୍‌ରେ ଡଙ୍ଗାବୁଡ଼ି ଘଟଣା; ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 10, 2023 IST

ଦେବଗଡ଼ ୧୦/୦୧: ଗୋହିରା ଡ୍ୟାମରେ ଡଙ୍ଗା ବୁଡି ଘଟଣାର ୨ ଦିନ ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ନିଳାମ୍ବର ସ୍ବାଇଁ। ସେ ବରଘାଟ ଗାଁର ବାସିନ୍ଦା। ଡ୍ୟାମର ଆରପଟେ ଥିବା ଖଳିନାଳୀ ଗାଁକୁ ଡଙ୍ଗାରେ ଯାଇ ଫେରିବା ବେଳେ ଏପରି ଅଘଟଣ ହୋଇଥିଲା।

ନିଳାମ୍ୱର ଗାଁରେ ନାମଯଜ୍ଞ ପାଇଁ ମାଟି ପାତ୍ର ବରାଦ ଦେବାକୁ ଖଳିନାଳୀ ଯାଇଥିଲେ। ଡ୍ୟାମରେ ଓଡ୍ରାଫ ଟିମ୍‌ ପକ୍ଷରୁ ବହୁ ଖୋଜାଖୋଜି ପରେ ଶେଷରେ ନିଳାମ୍ୱରଙ୍କ ମୃତଦହ ଉଦ୍ଧାର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.