ମୁମ୍ବାଇର ଏକ ଷ୍ଟେସନରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ମିଳିଲା ପରିଚୟ
21/11/2023 at 9:33 PM

ସୁନ୍ଦରଗଡ଼: ବନ୍ଦ ଆଟାଚିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା। ମିଳିଲା ଯୁବତୀଙ୍କ ପରିଚୟ। ଯୁବତୀଙ୍କ ନାଁ ପ୍ରତିମା କିଶପଟ୍ଟା ଏବଂ ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ବନ୍ଦଲିକାନିରେ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୯ ତାରିଖରେ ମୁମ୍ଵାଇ କୁର୍ଲା ରେଲଓ୍ଵେ ଷ୍ଟେସନରୁ ତାଙ୍କର ମୃତଦେହ ଏକ ବନ୍ଦ ଆଟାଚି ମଧ୍ୟରୁ ଉଦ୍ଧାର ହୋଇଥିଲା। ପ୍ରତିମା କିଛି ମାସ ହେବ ମୁମ୍ଵାଇରେ ରହି ସେଠାରେ ଜଣକ ଘରେ କାମ କରୁଥିଲେ।
ଆହୁରି ପଢ଼ନ୍ତୁ: ତିନି ଲୁଟେରାଙ୍କୁ ନିସ୍ତୁକ ପିଟିଲେ ଲୋକେ: ୨ ମୃତ, ଜଣେ ଗୁରୁତର
ତେବେ ତାଙ୍କର ମୃତ୍ୟୁ କିଭଳି କେଉଁ ପରିସ୍ଥିତିରେ ହେଲା, ଆଟାଚି ଭିତରେ ମୃତଦେହ କିପରି ଆସିଲା ? ଏସବୁ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ୍ ତଦନ୍ତ ଜାରି ରଖିଛି। ସେପଟେ ଖବର ମିଳିବା ପରେ ଯୁବତୀଙ୍କ ପରିବାରଲୋକ ମୁମ୍ଵାଇ ଯାଇଛନ୍ତି।