ପୋଷ୍ଟମର୍ଟମ ବେଳେ ମହିଳା ହୋଇଗଲେ ପୁରୁଷ: ତାଜୁବ ହୋଇଗଲା ପୋଲିସ
7/09/2023 at 11:07 PM

ପୋଲିସ ଉଦ୍ଧାର କଲା ଗଳିତ ଶବ। ମୃତଦେହ ମହିଳାଙ୍କ ହୋଇଥିବା ନେଇ ଚିହ୍ନଟ କଲା ପୋଲିସ୍ ହେଲେ ପୋଷ୍ଟମର୍ଟମରେ ଏହା ମହିଳା ହୋଇଗଲେ ପୁରୁଷ। ଯେଉଁ ରିପୋର୍ଟକୁ ଦେଖି ପୋଲିସର ହୋସ୍ ଉଡ଼ିଗଲା। ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ ଏକ ଅଞ୍ଚଳରେ ଦୁର୍ଗନ୍ଧ ବାହାରୁଥିଲା। ସ୍ଥାନୀୟ ଲୋକେ ଏହାର କାରଣ ଖୋଜିବାକୁ ଯାଇ ଗଳିତ ଶବ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା।
ଯେଉଁଥିରେ ମୃତ ଶରୀରର ହାତ ଗୋଡ଼ ବି ଦେଖାଯାଉଥିଲା। ଅଧା ଶରୀର ପାଣିରେ ପଚିଯାଇଥିଲା। ତେବେ ଶବକୁ ଚିହ୍ନଟ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ଲମ୍ବା କେଶ, ନାଲି ରଙ୍ଗର କୁର୍ତ୍ତା ଓ ପାଇଜାମା ଜବତ କରିବା ପରେ ଏହା ଜଣେ ମହିଳାଙ୍କ ଶବ ବୋଲି ପୋଲିସ ରିପୋର୍ଟ କରିଥିଲା।
ଅଧିକ ପଢନ୍ତୁ- ସ୍କ୍ରୁଡ୍ରାଇଭରରେ ରୋଗୀଙ୍କ ଆକ୍ରମଣ, ଲହୁଲୁହାଣ ହେଲେ ଡାକ୍ତର
ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ପୋଲିସ୍। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରୁ ପୋଲିସର ହୋସ ଉଡ଼ିଯାଇଥିଲା। ଶବ ବ୍ୟବଚ୍ଛେଦ ପରୀକ୍ଷଣ ବେଳେ ଉଦ୍ଧରା ହୋଇଥିବା ମୃତଦେହ ଜଣେ ମହିଳାଙ୍କ ନୁହେଁ ବରଂ ଜଣେ ପୁରୁଷର ଶବ ବୋଲି ଡାକ୍ତର କହିଥିଲେ।
ତେବେ ପୋଲିସ୍ ଚିହ୍ନଟ ପ୍ରକ୍ରିୟା ଭୁଲ ଥିବା ଅର୍ଥାତ ଶବରେ ମହିଳା ଦର୍ଶାଯାଇଥିବାରୁ ଡାକ୍ତର ଶବବ୍ୟବଚ୍ଛେଦ କରିବାକୁ ମନା କରିଦେଇଥିଲେ। ତେବେ ପରବର୍ତ୍ତୀ ରିପୋର୍ଟରେ ତ୍ରୁଟି ସଂଶୋଧନ କରାଯାଇଥିଲା। ୭୨ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ ଶବଗୃହରେ ରଖାଯାଇଥିଲା।