ନଦୀରେ ଭାସୁଛି ଅଜଣା ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ଅସ୍ପଷ୍ଟ

Published By : Prameya-News7 Bureau | July 03, 2023 IST

ଜଗତସିଂହପୁର ୩।୭: ନଦୀରେ ଭାସୁଛି ଅଜଣା ମୃତଦେହ । ଜଗତସିଂପୁର ଜିଲ୍ଲା ନାଉଗାଁ ଥାନା ଦେବୀ ନଦୀ ଶିଖରଘାଟ ନିକଟସ୍ଥ ଅଲେଖ ମଠ ପାଖରେ ଭାସୁଛି ଜଣେ ଅଚିହ୍ନା ବୃଦ୍ଧଙ୍କର ମୃତଦେହ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

{"id":811928,"width":738,"height":332,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଜଗତସିଂପୁର ଜିଲ୍ଲା ନାଉଗାଁ ଥାନା ଦେବୀ ନଦୀ ଶିଖରଘାଟ ନିକଟସ୍ଥ ଅଲେଖ ମଠ ପାଖରେ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସୋମବାର ନଦୀରେ ମୃତଦେହଟି ତଳକୁ ମୁହଁ ମାଡି ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ମୃତଦେହଟି ଦେଖିବା ପରେ ନାଉଗାଁ ପୋଲିସକୁ ଖବର ଦେଇଥିଲେ  ।  ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହଟି ଜଣେ ବୃଦ୍ଧଙ୍କର ହୋଇଥିବା ଜଣାପଡିଛି । ତେବେ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେ ନେଇ କିଛି ଜଣାପଡିନାହିଁ । ମୃତଦେହଟି କୌଣସି ଜଣେ ବୃଦ୍ଧଙ୍କର ହୋଇଥିବା ବେଳେ ତାଙ୍କର ମୃତ୍ୟୁ କିଭଳି ହେଲା ଓ ସେ ଏହି ନଦୀ ଭିତରକୁ କିଭଳି ଆସିଲେ ତାହା ଜଣାପଡିନାହିଁ  । ମୃତ ବୃଦ୍ଧଙ୍କର ପରିଚୟ ମିଳିବା ପରେ ହିଁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ଏ ନେଇ ଛାନଭିନ୍ ଜାରି ରଖିଛି । ବୃଦ୍ଧଙ୍କ ପରିଚୟ ଖୋଜୁଛି ପୋଲିସ । ପରିଚୟ ମିଳିବା ପରେ ତଦନ୍ତ ଆଗକୁ ବଢି ପାରିବ ବୋଲି ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/fish-floating-in-village-pond-at-sambalpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fish-floating-in-village-pond-at-sambalpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.