ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ମାମଲା, ମର ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | January 07, 2023 IST

ଜଗତସିଂହପୁର: ପାରାଦୀପରେ ହୃଦଘାତରେ ମୃତ ରୁଷୀୟ ନାଗରିକ ମିଲ ୟାକୁବ ସର୍ଜଇଙ୍କ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଡ୍ୟାନି ମାଇକେଲ ପିଣ୍ଟ ନାମକ ଏକ ଏଜେନ୍ସି ମାଧ୍ୟମରେ ମୃତ ଶରୀର ପାରାଦୀପରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମାଧ୍ୟମରେ କୋଲକାତା ଯିବ। ସେଠାରୁ ମୁମ୍ବାଇ ଏବଂ ପରେ ପ୍ଲାଇଟ୍‌ରେ ମସ୍କୋ ଯିବ । ସେଠାରେ ତାଙ୍କର ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ ।

ଗତ ଜାନୁଆରୀ ୪ ତାରିଖ ଦିନ ମିଲ ୟାକୁବ ସର୍ଜଇଙ୍କ ପାରାଦୀପରେ ଲାଗିଥିବା ଜାହାଜ ଅଲଦାନା ଭେସେଲରେ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା । ମୃତ ଦେହକୁ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇବା ସହ ବ୍ୟବଛେଦ ପାଇଁ ପଠାଇଥିଲା । ତେବେ ଆଜି ସର୍ଜଇଙ୍କ ଶବ ବ୍ୟବଛେଦ ରିପୋର୍ଟ ମଧ୍ୟ ଆସିଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.