ସପ୍ତମ ବାଟାଲିୟନ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ଅସ୍ପଷ୍ଟ

Published By : Prameya-News7 Bureau | August 30, 2023 IST

ଭୁବନେଶ୍ବର ୩୦।୮: ରାଜଧାନୀରୁ ମିଳିଲା ମୃତଦେହ । ସପ୍ତମ ବାଟାଲିୟନ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ତାହା ହତ୍ୟା ନା ଆତ୍ମହତ୍ୟା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ମୈତ୍ରୀବିହାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":837854,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ବର ସ୍ଥିତ ସପ୍ତମ ବାଟାଲିୟନ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବାଟାଲିୟନ ଭିତରେ ଥିବା ବାରାକ୍ ନିକଟରେ ମୃତଦେହ ପଡିଥିଲା । ସକାଳୁ ସକାଳୁ ଷ୍ଟାଡିୟମ୍ ଆସୁଥିବା ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

{"id":837855,"sizeSlug":"full","linkDestination":"none"}

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ଜବତ କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ଜଣାପଡିଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିଲା । ଯୁବକ ଜଣଙ୍କ କିଏ ଏବଂ ସେ ଏଠାରେ କ’ଣ କରୁଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ପୋଲିସ ତାର ଛାନଭିନ୍ ଜାରି ରଖିଛି ।

You Can Read :

wp:embed {"url":"https://www.prameyanews7.com/saurins-previous-bail-plea-dismissed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/saurins-previous-bail-plea-dismissed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.