ବିଧାୟକଙ୍କ ଝିଆରୀଙ୍କ ଆତ୍ମହତ୍ୟା, କ୍ୱାର୍ଟର୍ସରୁ ମିଳିଲା ମୃତଦେହ

Published By : Prameya-News7 Bureau | August 07, 2023 IST

ରାଇରଙ୍ଗପୁର ୦୭/୦୮: ରାଇରଙ୍ଗପୁର ବିଧାୟକ ଝିଆରୀ ତଥା ଦେବରାୟ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ସ୍ଥିତ ରାଇରଙ୍ଗପୁର ବିଧାୟକଙ୍କ ସରକାରୀ ବାସଭବନରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝିଙ୍କ ଝିଆରୀ ବିନ୍ଦିୟା ମାର୍ଣ୍ଡି । ବିନ୍ଦିୟା ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଦେବରୋୟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳାର ଛାତ୍ରୀ ଥିଲେ ।

ବିଧାୟକ କକାଙ୍କ ସରକାରୀ ବାସଭବନରେ ରହି ଅଧ୍ୟୟନ କରୁଥିଲେ ବିନ୍ଦିୟା । ଶନିବାର ସନ୍ଧ୍ୟାରେ ବିଧାୟକ କକା ନବଚରଣ ମାଝୀ ଝିଆରୀଙ୍କୁ ଡ୍ରେସ ଓ ଖାଇବା ଜିନିଷ କିଣିଦେବା ସହ ସନ୍ଧ୍ୟାବେଳେ ଝିଆରୀ ଓ ପୁତୁରା ମାନଙ୍କ ସହ ଏକା ସହ ଖାଇବା ପରେ ରାଇରଙ୍ଗପୁରକୁ ଫେରିଥିଲେ ବିଧାୟକ । ଖାଇବା ପରେ ଝିଆରୀ ନିଜ ରୁମକୁ ଯାଇଥିଲେ ।

ହେଲେ ସକାଳୁ କବାଟ ନ ଖୋଲିବାରୁ ବିନ୍ଦିୟାଙ୍କ ଭାଇ ଡରି ଯାଇ ବିଧାୟକଙ୍କୁ ଜଣାଇବା ପରେ ବିଧାୟକ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚି କବାଟ ତାଡି ଘର ଭିତରୁ ଝିଆରୀଙ୍କୁ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର ପରେ ଶବ ବ୍ୟବଛେଦ କରାଇ ମୋବାଇଲ ଜବତ କରି ଅଧିକ ତଦନ୍ତ ଚଳାଇଛି । ଆଜି ମୃତଦେହ ରାଇରଙ୍ଗପୁର ବଡ଼ ମହୁଲ ଡିହା ଗ୍ରାମକୁ ପହଂଚିବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.