ଶିଶୁଭବନ ଛାତ ଉପରୁ ଯୁବକଙ୍କ ମୃତଦେହ ଠାବ, ବିଦ୍ୟୁତ ଆଘାତରୁ ମୃତ୍ୟୁ ସନ୍ଦେହ
22/07/2023 at 5:08 PM

କଟକ ୨୨।୭: କଟକ ଶିଶୁଭବନ ୱାର୍ଡ ନମ୍ବର ୨ର ଛାତ ଉପରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ତେବେ କେଉଁ ପରିସ୍ଥିତିରେ ଯୁବକ ଶିଶୁଭବନ ଛାତ ଉପରକୁ ଯାଇଥିଲେ ଓ ତାଙ୍କର ମୃତ୍ୟୁ କିପରି ହୋଇଛି ତାହା ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷ ପହଞ୍ଚି ମୃତଦେହ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ମୃତଦେହ ନିକଟରୁ ରେଞ୍ଚି ମିଳିଥିବା ବେଳେ ଛାତ ଉପରେ ଲାଗିଥିବା ଏସି ତଳେ ପଡିଥିବା ହେତୁ ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
You Can Read :