ସୁଟ୍କେସ୍ରୁ ମୃତଦେହ ମିଳିବା ଘଟଣା; ୨ ସନ୍ଦିଗ୍ଧଙ୍କୁ ଆଣି ତଦନ୍ତ ଆରମ୍ଭ କଲା ପୋଲିସ୍
22/01/2023 at 11:29 PM

ଟାଙ୍ଗୀ ୨୨/୦୧: ସୁଟକେସ୍ ଖୋଲୁଛି ହତ୍ୟାକାରୀଙ୍କ ଗୁମର। ଏହି ଘଟଣାରେ ୨ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ତଦନ୍ତ ଆରମ୍ଭ କରିଛି ପୋଲିସ। ଖୋର୍ଦ୍ଧା ଆରକ୍ଷି ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ୨ଟି ଟିମ୍ ଗଠନ ହୋଇ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ପ୍ରଚେଷ୍ଠା ଚଳାଇଛି।
ଖବର ଅନୁସାରେ ରବିବାର ହରିପୁର ଫରେଷ୍ଟ ଜଙ୍ଗଲରେ ଏକ ସୁଟକେଶ୍ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ। ଏହାପରେ ତୁରନ୍ତ ନାଚୁଣୀ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍କେଶକୁ ଜବତ କରିଥିଲା। ସୁଟ୍କେସ୍କୁ ଯାଞ୍ଚ ବେଳେ ଜଣେ ଯୁବକଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଥିଲା ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସୁଟକେଶ୍ରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।
ସେପଟେ ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲା। ମୃତ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନଥିଲା। ଯୁବକଙ୍କୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ହତ୍ୟାକାରୀମାନେ ଏଠାରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରିଥିଲା। ସାଇଣ୍ଟଫିକ୍ ଟିମ୍ର ତଦନ୍ତ ପରେ ପୋଲିସ ତା’ର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ ଜଣାଇଥିଲେ।