ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

Published By : Prameya-News7 Bureau | September 05, 2023 IST

ବାଲିଗୁଡା ୫।୯: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କନ୍ଧମାଳ କୋଟଗଡ ଥାନା ଅନ୍ତର୍ଗତ ଧରାକୋଟ ପଂଚାୟତର ସାଜେଲି ଗ୍ରାମ ବିଲ ହୁଡ଼ାର ଏକ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ହେଲେ ସେହି ଗାଁର ମନୋଜ ପ୍ରାଧନୀ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସ୍ତ୍ରୀ ହତ୍ୟା ଅଭିଯୋଗ ଆଣି କୋଟଗଡ ଥାନାରେ ଏତଲା ଦାୟର କରିଥିବା ଦେଖିବାକୁ ମିଳିଛି । ଏତଲାକୁ ଆଧାର କରି କୋଟଗଡ ଥାନାରେ କେସ୍ ନଂ ୧୧୨/୨୩ରେ ମାମଲା ରୁଜୁ କରି ୩୦୨,୩୪ ଆଇପିସି ଧାରା ଅନୁଯାଇ ମୃତ ମନୋଜ ପ୍ରଧାନୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ତୁମୁଡିବନ୍ଧ ମେଡିକାଲ ପଠାଇ ଦିଆଯାଇଥିବା ବେଳେ ମୃତ୍ୟୁର ପ୍ରକୃତ ରହସ୍ୟ ଖୋଜୁଛି ପୋଲିସ ।

{"id":840510,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ମୃତ ମନୋଜ ପ୍ରଧାନୀ ମାସେ ପୂର୍ବେ କେରଳକୁ କାମ କରିବାକୁ ଯାଇଥିଲେ । ସେହି ସମୟରେ ବିଜୟ ପ୍ରଧାନୀ, ସୁଶାନ୍ତ ପ୍ରଧାନୀ ମିଶି ମନୋଜଙ୍କ ସ୍ତ୍ରୀଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରୁଥିଲେ । ଏହି ଘଟଣାକୁ ମନୋଜ ଜାଣିବାକୁ ପାଇ ଘରକୁ ଫେରିଥିଲେ ।  ତା ପରେ ମନୋଜ ସମ୍ମୁଖରେ ବିଜୟ ପ୍ରଧାନୀଙ୍କ ସ୍ତ୍ରୀ, ସୁଶାନ୍ତ ସହ ତାଙ୍କ ସ୍ତ୍ରୀଙ୍କର ଅନୈତିକ ସମ୍ପର୍କ ଥିବା ନେଇ ଅପପ୍ରଚାର କରିଥିଲା । ଫଳରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ପାଟିତୁଣ୍ଡ ହୋଇଥିଲା ।

ତେବେ ଏହାପରେ ଗତ ଗୁରୁବାର ଦିନ ବିଜୟ ପ୍ରଧାନୀ, ମନୋଜ ପ୍ରଧାନୀକୁ ଘରୁ ଡାକିନେଇ ପ୍ରବଳ ମଦ ପିଆଇ କ୍ଷେତରେ ମାରି ଗଛରେ ଝୁଲାଇ ଦେଇଥିବା ସ୍ତ୍ରୀ କାଜଲ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ଆଧାରରେ ବିଜୟ ପ୍ରଧାନୀ, ସୁଶାନ୍ତ ପ୍ରଧାନୀ ଓ କାଳନ୍ଦୀ ପ୍ରଧାନୀକୁ ପୋଲିସ ଖୋଜୁଥିବା ଜଣାପଡିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/body-found-at-construction-building/","type":"wp-embed","providerNameSlug":"prameya-news-7"}
https://www.prameyanews7.com/body-found-at-construction-building/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.