ଦେବୀ ନଦୀରେ ପାଣି ଭାର ଉଠାଇବା ବେଳେ ବୁଡିଯାଇଥିଲେ, ଦୀର୍ଘ ୧୬ଘଣ୍ଟା ପରେ ମିଳିଲା ନାବାଳକଙ୍କ ମୃତଦେହ

Published By : Prameya-News7 Bureau | July 17, 2023 IST

ଜଗତସିଂହପୁର ୧୭।୭: ଜଗତସିଂହପୁର ଆଳିପିଙ୍ଗଳ ଠାରେ ଜଳଲାଗି ପାଇଁ ପାଣି ଉଠାଇବା ବେଳେ ପାଣିରେ ବୁଡି ନିଖୋଜ ୧୪ ବର୍ଷର ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୧୬ ଘଣ୍ଟା ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଛି । ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଦ୍ୱାରା ଛାତ୍ରଙ୍କ ମୃତଦେହ ଉଦ୍ଧାର ।

{"id":818199,"width":738,"height":424,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଆଳିପିଙ୍ଗଳ ନିକଟସ୍ଥ କେତକେଶ୍ୱର ଘାଟରେ ଦେବୀ ନଦୀରୁ ପାଣି ଉଠାଉଥିବା ବେଳେ ରବିବାର ଦୁଇ ଜଣ କାଉଡ଼ିଆ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ  ଉଦ୍ଧାର ହୋଇଥିବା ବେଳେ ଅନ୍ୟ  ଜଣେ ନିଖୋଜ ହୋଇ ଯାଇଥିଲେ ।  ଅଗ୍ନିଶମ ବାହିନୀ ଖୋଜା ଖୋଜି ଜାରି ରହିଥିଲେ ମଧ୍ୟ ନିଖୋଜ କାଉଡ଼ିଆଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ତେବେ ଦୀର୍ଘ ୧୬ ଘଣ୍ଟା ପରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ କାଉଡ଼ିଆ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ନୂଆପଡା ଗାଁର ରମେଶ ପ୍ରଧାନଙ୍କ ପୁଅ ୧୪ ବର୍ଷ ବୟସ୍କ ଭୋଳା ପ୍ରଧାନ । ସେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ ।

{"id":818200,"width":737,"height":424,"sizeSlug":"full","linkDestination":"none"}
wp:embed {"url":"https://www.prameyanews7.com/two-kaudia-injured-in-chandikhol-of-jajpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-kaudia-injured-in-chandikhol-of-jajpur/
/wp:embed

ତେବେ ଭୋଳା ପ୍ରଧାନ ରବିବାର ଅପରାହ୍ନରେ ୬ଜଣ ସାଙ୍ଗଙ୍କ ସହ ମିଶି ମହାଦେବଙ୍କ ନିକଟରେ ଜଳାଭିଷେକ ପାଇଁ ଯାଇଥିଲେ । ଦେବୀ ନଦୀରେ ପାଣି ଭାର ବୁଡାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଭାସି ଯାଇଥିଲେ । ନିଖୋଜ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଭୋଳାଙ୍କ ପତ୍ତା ମିଳିନଥିଲା । ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି କରୁଥିବା ବେଳେ ତାଙ୍କ ପତ୍ତା ମିଳିପାରିନଥିଲା । ଦୀର୍ଘ ୧୬ ଘଣ୍ଟା ପରେ ସୋମବାର ଦିନ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୋଳାଙ୍କ ମୃତ୍ୟୁ ଖବର ପାଇ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା  ଖେଳିଯାଇଛି ।

{"id":818201,"width":740,"height":426,"sizeSlug":"full","linkDestination":"none"}

ସେପଟେ ଦ୍ବିତୀୟ ସୋମବାରରେ ଯାଜପୁରର ପ୍ରତିଷ୍ଠିତ ଶୈବପୀଠ ମହାବିନାୟକରେ ଜଳାଭିଷେକ କରୁଛନ୍ତି କାଉଡିଆ । ଏହି ଶୈବପୀଠରେ ଦୁଇ ଜଣ କାଉଡିଆ ଜଳଲାଗି କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଦୁଇ ଜଣ କାଉଡିଆ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟ ଗାନ୍ଧି ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଭାରସାମ୍ୟ ହରାଇ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ବାଇକ୍ ଚାଳକଙ୍କ ସହ ଦୁଇ ଜଣ କାଉଡିଆ ଆହତ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

You Can Read :

wp:embed {"url":"https://www.prameyanews7.com/nine-injured-in-land-dispute-between-two-family-in-bhadrak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nine-injured-in-land-dispute-between-two-family-in-bhadrak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.