ଖରାଖିଆ କେନାଲରୁ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସସ୍ପେନ୍ସ
9/09/2023 at 10:36 AM

ସାଲେପୁର ୦୯/୦୯: କେନ୍ଦ୍ରାପଡା କେନାଲରୁ ବାହାରି ଥିବା ଖରାଖିଆ କେନାଲର ସିଘଂମାପୁର ଠାରେ ସ୍ତାନୀୟ ଅଂଚଳର ଏକ ଯୁବକଙ୍କ ଶବ ଭାସୁଥିବା ଖବର ପାଇ ପାଗା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିଛି । ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହି ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ହେବ ଓ ଘର ଭାତପଡା ଜାଆଁଳିଆ ତାର ନାଁ ପାଗଳ ବୋଲି ଜଣାପଡ଼ିଛି ।
ଘଟଣା ସ୍ଥଳରେ ପାଗା ଫାଣ୍ଡି ଅଧିକାରୀ କୁଞ୍ଜବିହାରୀ ଧିର୍ ଶବକୁ ବ୍ୟବଛେଦ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଚଳାଇଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ। ଶବବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।
Related Posts
କୋର୍ଟରେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା, ୮ଟି ମାମଲାରେ ହାଜର
21 September 2023