Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଗାଡି ଗାଁରେ ଅଘଟଣ, ନଦୀ ପାର୍‌ ବେଳେ ଭାସିଗଲା ମୃତଦେହ

17/09/2023 at 7:48 AM

ଦାରିଙ୍ଗିବାଡ଼ି ୧୭।୦୯ : କନ୍ଧମାଳ ଜିଲ୍ଲା ବଗାଡି ଗାଁରେ ଅଘଟଣ । ମୃତଦେହକୁ ନଦୀ ପାର୍‌ କରିବା ବେଳେ ଛିଣ୍ଡିଗଲା ତାର । ଆଉ ଭରା ନଈରେ ଭାସିଗଲେ ଶବ ବାହାକଙ୍କ ସହ ମୃତଦେହ ।

ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଗାଡି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନଈ ଆରପଟେ ଚାରି ଖଣ୍ଡ ଗାଁର ରହୁଛନ୍ତି । ବଗାଡି, ବ୍ରଡାଲି, ଡ୍ରାକେଲି ଭଳି ଛୋଟ ଛୋଟ ଗାଁର ୯୦ରୁ ଅଧିକ ପରିବାର ରୁହନ୍ତି । ନୂଆଗାଁରୁ ଏହି ସବୁ ଗାଁର ଯିବାକୁ ହେଲେ ଚିରସ୍ରୋତା କାଲିପେନୁ ନଦୀ ପଡିଥାଏ । ଶନିବାର ବଗାଡି ଗାଁର ବୃଦ୍ଧାମହିଳାଙ୍କର ବାଲିଗୁଡ଼ା ମେଡିକାଲରେ ମୃତ୍ୟୁ ହୋଇଥିଲା । ରବିବାର ଦିନ ସକାଳୁ ପରିବାର ଓ ସଂପର୍କୀୟ ଲୋକେ ମିଶି କାଲିପେନୁ ନଦୀ ପାର୍‌  ଲାଗି ଏକ ତାର ସହାୟତାରେ ନେଉଥିବାର ଦେଖିବାକୁ ମିଳିଥିଲା । ହେଲେ ହଠାତ୍‌ ନଦୀ ମଝିରେ ତାର ଛିଣ୍ଡି ଯାଇଥିଲା । ଯାହାଦ୍ୱାରା ୫ ଜଣ ଯୁବକ ଏବଂ ଶବ ପାଣିରେ ଭାସିଯାଇଥିଲେ ।

ସେପଟେ କିଛି ସମୟରେ ପରିବାର ଲୋକେ ଶବକୁ ପାଣିରୁ ଉଦ୍ଧାର କରି କୂଳକୁ ନେଇଥିଲେ । ତେବେ ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ରାଜନେତାଙ୍କୁ ଅନୁରୋଧୀ କରିଥିଲେ । ହେଲେ ଆଜି ଏହି ସମସ୍ୟାର କୌଣସି ସମାଧାନ ହୋଇପାରନାହିଁ । ଯାହାଫଳରେ ଏଭଳି ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

   Related Posts