ମିଳିଲାନି ଆମ୍ବୁଲାନ୍ସ, ବାଇକ୍ରେ ବୁହାହେଲା ଶବ
24/08/2023 at 5:35 PM

କୋରାପୁଟ ୨୪।୮: କୋରାପୁଟ ଜିଲ୍ଲା ପଟାଙ୍ଗିରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଅଜଣା ଗାଡ଼ି ଧକ୍କାରେ କୋଟିଆ ପଞ୍ଚାୟତର ଗଞ୍ଜେଇ ପଦର ଗ୍ରାମର ବିଶ୍ଵନାଥ ଗେମେଲ ଦୁର୍ଘଟଣା ହୋଇ ପଟାଙ୍ଗି ଡାକ୍ତରଖାନାରେ ୨୪ ଘଣ୍ଟା ଶବ ରହିବା ପରେ ଘରକୁ ନେବାକୁ ମିଳିଲାନି ଆମ୍ବୁଲାନ୍ସ । ସ୍ଥାନୀୟ ଜନପ୍ରତିନିଧି ସହ ପରିବାର ବର୍ଗଙ୍କ ସତଚେଷ୍ଟା ପରେ ଆମ୍ବୁଲାନ୍ସ ନମିଳିବାରୁ ଶେଷରେ ବାଇକରେ ବୁହାହେଲା ଶବ । ବାଇକରେ ଶବକୁ କୋଟିଆ ପଞ୍ଚାୟତର ଗଞ୍ଜେଇ ପଦର ଗ୍ରାମକୁ ନେବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।
ପଟାଙ୍ଗି ମେଡିକାଲରୁ ଗାଲିଗବଦର ଦେଇ ୨୨ କିଲୋମିଟର ଗଞ୍ଜେଇ ପଦର ଘରେ ପହଞ୍ଚିଲା ଶବ ଯାହାକୁ ନେଇ ପଟାଙ୍ଗି ଜୋନ୍ ୧ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ ଘଟଣାକୁ ନିନ୍ଦା କରିଛନ୍ତି । ପଟାଙ୍ଗି ମେଡିକାଲରେ ଶବ ଘରକୁ ନେବାକୁ ଆମ୍ବୁଲାନ୍ସ ଯୋଗାଡ଼ ନହେବା ଦେଖି କୋଟିଆ ପଞ୍ଚାୟତର ଆନ୍ଧ୍ର ନିୟୋଜିତ ପୂର୍ବତନ ସରପଞ୍ଚ ବାଇକରେ ଶବ ନେବା ସହ ଓଡିଶା ସରକାରଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ବିରକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଉତ୍ତ୍ୟକ୍ତ ଗ୍ରାମବାସୀ ମେଡିକାଲ ଅଫିସରଙ୍କୁ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ ।
You Can Read :