ଲିଙ୍କ୍‌ ରୋଡ୍‌ରେ ସେକ୍ସ ରାକେଟ୍ ଉପରେ ଚଢ଼ଉ; ୫ ଯୁବତୀ ଉଦ୍ଧାର

Published By : Prameya-News7 Bureau | January 24, 2023 IST

କଟକ ୨୪/୦୧: କଟକ ଲିଙ୍କରୋଡ଼ ସୂର୍ଯ୍ୟବିହାର ଅଞ୍ଚଳରୁ ସେକ୍ସ ରାକେଟ ଠାବ। ପୋଲିସ ଚଢ଼ଉ ବେଳେ ୫ ଜଣ ଦେହଜୀବୀଙ୍କ ସହ ଜଣେ ଗ୍ରାହକ ଧରା ପଡିଛନ୍ତି। ସମସ୍ତଙ୍କୁ ବାଦାମବାଡ଼ି ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସୂର୍ଯ୍ୟ ବିହାର ଅଞ୍ଚଳରେ ଗତ କିଛିଦିନ ହେଲା ଦେହବ୍ୟବସାୟ ଚାଲୁଥିବା ଅଭିଯୋଗ ହେଉଥିଲା। ଫଳରେ ମଙ୍ଗଳବାର ଅପରାହ୍ଣରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ସେହି ସ୍ଥାନରେ ଚଢ଼ାଉ କରି ସେକ୍ସ ରାକେଟ୍‌ ଠାବ କରିଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.