ବ୍ୟାଙ୍ଗକକ୍ରେ ଚମକିଲେ ବଡି ବିଲଡର ବିକ୍ରମ, ମିଷ୍ଟର ୟୁନିଭର୍ସ ପ୍ରତିଯୋଗିତାରେ ଜିତିଲେ ରୌପ୍ୟ ପଦକ
6/09/2022 at 3:34 PM

କଟକ: ୱାର୍ଲଡ ଫିଟନେସ ଫେଡେରେସନ ଦ୍ୱାରା ବ୍ୟାଙ୍ଗକକରେ ଆୟୋଜିତ ମିଷ୍ଟର ୟୁନିଭର୍ସ ପ୍ରତିଯୋଗିତାରେ କଟକର ବଡି ବିଲଡରଙ୍କୁ ସଫଳତା । କଟକ ଚୌଦ୍ବାରର ବିକ୍ରମ କୁଅଁର ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେବେ ବଡି ବିଲଡିଂ ଓ ଡାଏଟିସିଆନ ପେଶାର ବ୍ୟବସାୟୀକରଣ ଏ ଦିଗରେ ଆଗ୍ରହୀ ଯୁବକଙ୍କୁ ପଥଭ୍ରଷ୍ଟ କରିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଵିକ୍ରମ।
କଟକ ଚୌଦ୍ବାରର ଵିକ୍ରମ କୁଅଁର। ବଡି ବିଲଡିଂରେ ଅନ୍ତର୍ଜାତୀୟ ସ୍ତରରେ ଏବେ ଏକ ଜଣାଶୁଣା ନାଁ । ଥାଇଲାଣ୍ଡର ବ୍ୟାଙ୍ଗକକରେ ୱର୍ଲଡ ଫିଟନେସ ଫେଡେରେସନ ପକ୍ଷରୁ ଆୟୋଜିତ ମିଷ୍ଟର ୟୁନିଭର୍ସ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି ।ଏହି ପ୍ରତିଯୋଗିତାରେ ୧୭୨ଟି ଦେଶର ୧୮୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ନିଜ ଅଭିଜ୍ଞତାରୁ ବିକ୍ରମ କହିଛନ୍ତି ଆଜିକାଲି ଯୁବ ଗୋଷ୍ଠୀ ଫିଜିକାଲ ଫିଟନେସ ଓ ବଡି ବିଲଡିଂ ପ୍ରତି ଵିଶେଷ ଆଗ୍ରହ ଦେଖାଉଛନ୍ତି । ମାତ୍ର ଶସ୍ତା ପଛରେ ଦୌଡିଲେ ହିନସ୍ତା ହେଵାକୁ ପଡିବ ବୋଲି ବିକ୍ରମ କହିଛନ୍ତି।
ବିକ୍ରମଙ୍କ ଅନୁସାରେ ଯୁବ ଗୋଷ୍ଠୀ ଅଜଥାରେ ବଡ ଶରୀର ଗଠନ କରିବା ଅନାବଶ୍ୟକ। ଯେଉଁ କାଟାଗୋରୀରେ ବଡି ବିଲଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ, ସେହି କାଟାଗୋରୀର ଆବଶ୍ୟକତାକୁ ଦେଖି ପ୍ରସ୍ତିତ କରିବା ଦରକାର। ଏଥିପାଇଁ ପ୍ରଫେସନାଲ ଟ୍ରେନର ଓ ବଡି ବିଲଡରଙ୍କଠାରୁ ପ୍ରଶିକ୍ଷଣ ନେଵା ଆବଶ୍ୟକ । ପୂର୍ବରୁ ବିକ୍ରମ ମିଷ୍ଟର ଓଡିଶା ପ୍ରତିଯୋଗିତାରେ ଦୁଇ ଥର ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ,ଵାରିପଦା କ୍ଲାସିକସରେ ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।