Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ଜେସିବି ଲଗାଇ ଉଦ୍ଧାର କରାଯାଉଛି ମୃତଦେହ, ଏବେ ବି ୫୫ ନିଖୋଜ

1/07/2022 at 5:07 PM

ନୂଆଦିଲ୍ଲୀ: ମଣିପୁର ନୋନି ଜିଲ୍ଲାରେ ମାଟି ଅତଡ଼ା ଖସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ଭାରତୀୟ ସେନାର ଟେରିଟୋରିଆଲ୍ ଆର୍ମିର ଯବାନଙ୍କ ସମତେ ସାଧାରଣ ନାଗରିକମାନେ ମାଟି ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ବୁଧବାର ରାତିରେ ତାପୁଲ ୟାର୍ଡ ରେଳବାଇର ନିର୍ମାଣାଧିନ ପ୍ରକଳ୍ପର ସାଇଟର ୧୦୭ ଟେରିଟୋରିଆଲ ଆର୍ମି କ୍ୟାମ୍ପ ନିକଟରେ ଏହି ଭୂସ୍ଖଳନ ହୋଇଥିଲା। ବର୍ତ୍ତମାନ ସୁଧା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୫୫ ଜଣ ନିଖୋଜ ଅଛନ୍ତି। ଇଜାଇ ନଦୀ ନିକଟରେ ଏମାନେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ଘଟଣା ସ୍ଥଳରେ ଏକ୍ସକାଭେଟର ମେସିନ ଲଗାଇ ମୃତଦେହ ଉଦ୍ଧାର କରାଯାଉଛି। ଭାରତୀୟ ଯବାନ, ଟେରିଟୋରିଆଲ୍ ଆର୍ମି ଓ ଆସାମ ରାଇଫଲ୍ସ ଦ୍ୱାରା ସର୍ଚ୍ଚେ ଅପରେସନ ଜାରି ରହିଛି। ଏହା ବାଦ କେନ୍ଦ୍ର ଓ ରାଜ୍ୟ ବିପର୍ଯ୍ୟୟ ବଳ ମଧ୍ୟ ଘଟଣା ସ୍ଥଳରେ ମୁତୟନ ଅଛନ୍ତି। ଜିରିବାମ ଜିଲ୍ଲାରୁ ଇମ୍ଫାଲ ଯାଏ ତିଆରି ହେଉଥିବା ରେଳ ଲାଇନ୍‌କୁ ଟେରିଟୋରିଆଲ୍ ଆର୍ମି ମତୟନ କରି ସୁରକ୍ଷା ଦିଆଯାଉଥିଲା।

ବର୍ତ୍ତମାନ ସୁଧା ୧୩ ଯବାନ ସହ ୫ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ଘଟମା ସ୍ଥଳରେ ଉଦ୍ଧାରକାରୀ ଦଳ ସହ ସନ୍ଧାନୀ କୁକୁରର ସହଯୋଗ ମଧ୍ୟ ନିଆଯାଇଛି। ଅନ୍ୟପଟେ ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ବୀରେନ ସିଂହ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ୫ ଲକ୍ଷ ସହାୟତା ରାଶି ସହ ଆହତକୁ ୫୦ ହଜାର ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।    

   Related Posts