ମୁମ୍ବାଇ ହସ୍ପିଟାଲରେ କରୋନା ରୋଗୀଙ୍କ ନିକଟରେ ପଡ଼ି ରହିଛି ମୃତଦେହ : ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | May 07, 2020 IST

ମୁମ୍ବାଇ ୦୭/୦୫ : ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଙ୍କ ପୁଅ ତଥା ବିଜେପି ବିଧାୟକ ନୀତେଶ ରାଣେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି | ଭିଡିଓ ପୋଷ୍ଟ ହେବାପରେ ହଇଚଇ ସୃଷ୍ଟି ହୋଇଛି | ଭିଡିଓ ମୁମ୍ବାଇ ସାୟନ ହସ୍ପିଟାଲର ବୋଲି ଜଣାପଡିଛି | ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପାଖରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ରଖାଯାଇଛି |

ନୀତେଶ ରାଣେ ଏହି ଭିଡିଓକୁ ନିଜ ଅଫିସିଆଲ ଟ୍ୱିଟର ପେଜରେ ସେୟାର କରି ଲେଖିଛନ୍ତି, ଏହା କିଭଳି ପ୍ରଶାସନ, ନିହାତି ନିନ୍ଦନୀୟ |" ଭିଡିଓରେ ଦାବି କରାଯାଇଛି ଯେ, କରୋନା ୱାର୍ଡରେ ଘଣ୍ଟା ଘଣ୍ଟା ଧରି ମୃତଦେହ ପଡି ରହୁଛି | ପୁଣି ମୃତଦେହ ପଡିଥିବା ପାଖ ବେଡ଼ରେ ଅନ୍ୟ ରୋଗୀ ଚିକିତ୍ସିତ ହେଉଛନ୍ତି | ତେବେ ଗୋଟିଏ କି ଦୁଇଟି ନୁହେଁ, କରୋନା ରୋଗୀଙ୍କ ପାଖରେ ଏମିତି ଅନେକ ମୃତଦେହ ପଡି ରହିଛି | ଇବିପି ନ୍ୟୁଜ ମାମଲାର ସତ୍ୟାସତ୍ୟ ଜାଣିବା ପିନ ତଦନ୍ତ କରିଥିଲା | ସାୟନ ହସ୍ପିଟାଲ ଡିନ ଡାକ୍ତର ଇଙ୍ଗଲେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ, ଭିଡିଓରେ ଦର୍ଶାଇ ଯାଇଥିବା ୱାର୍ଡ ତାଙ୍କରି ହସ୍ପିଟାଲର ଗୋଟିଏ ୱାର୍ଡ କିନ୍ତୁ ଭିଡିଓ କେତେ ଦିନ ପୂର୍ବରୁ କରାଯାଇଥିଲା ତା ସମ୍ପର୍କରେ କୌଣସି ସୂଚନା ନାହିଁ | ଏହି ଫଟୋ ପଛରେ ଅନେକ କରା ଅଛି ବୋଲି ସେ କହିଛନ୍ତି |

wp:core-embed/twitter {"url":"https://twitter.com/i/status/1258039973065957377","type":"rich","providerNameSlug":"twitter","className":""}
https://twitter.com/i/status/1258039973065957377
/wp:core-embed/twitter

କରୋନା ଯୋଗୁଁ କେଉଁ ରୋଗୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାର୍ଥିବ ଶରୀର ନେବାକୁ ଆସୁ ନାହାନ୍ତି | ଯେଉଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ଅନେକଙ୍କ ପରିବାର ସଦସ୍ୟଙ୍କ ଚିକିତ୍ସା ଅନ୍ୟ ୱାର୍ଡରେ ଚାଲିଛି | ସେମାନଙ୍କ ମଧ୍ୟରୁ କିଛି ଗମ୍ଭୀର ମାମଲା ମଧ୍ୟ ରହିଛି | ବେଳେବେଳେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ୫ ମିନିଟରେ ଆସିବେ କହିଦେଇ ଚାଲି ଯାଉଛନ୍ତି କିନ୍ତୁ ଆସୁ ନାହାନ୍ତି ଏବଂ ଫୋନ ମଧ୍ୟ ଅଫ କରି ରଖୁଛନ୍ତି ବୋଲି ଡାକ୍ତର କହିଛନ୍ତି | ଏଭଳି ସ୍ଥିତିରେ ଅନେକ ସମସ୍ୟା ଉପୁଜୁଛି ବୋଲି ସେ କହିଛନ୍ତି | ପୋଲିସ ଏହିଭଳି ପରିବାର ସଦସ୍ୟଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ଯେଉଁମାନେ ନିଜ ପରିଜନଙ୍କ ମୃତଦେହ ନେଉନାହାନ୍ତି | କିନ୍ତୁ ଏଥିପାଇଁ ସମୟ ଲାଗିଥାଏ ବୋଲି ସେ କହିଛନ୍ତି |

ସେ ଆହୁରି କହିଛନ୍ତି ଯେ, କରୋନା ରୋଗୀଙ୍କ ମୃତଦେହ ସମ୍ପର୍କ ସରକାର କିମ୍ବା ମହାନଗର ନିଗମ କୌଣସି ନିୟମାବଳୀ ସ୍ପଷ୍ଟ କରିନଥିଲେ | ଗୋଟିଏ ସପ୍ତାହ ପୂର୍ବରୁ ନିର୍ଦେଶ ଦିଆଯାଇଥିଲା ଯେ, ମୃତଦେହଗୁଡିକୁ ତୁରନ୍ତ ଅନ୍ତିମ ସଂସ୍କାର କରାଯିବ | କିନ୍ତୁ ଆଇନକୁ ଦୃଷ୍ଟିରେ ରଖି ହସ୍ପିଟାଲ ପ୍ରଶାସନ ଏହିଭଳି ପଦକ୍ଷେପ ନେଇନାହାନ୍ତି | ଡାକ୍ତର ଇଙ୍ଗଲେ କହିଛନ୍ତି, ଯଦି କୌଣସି ମୃତକଙ୍କ ପରିବାର ମୃତଦେହକୁ ନେଇ ଦାବି କରେ ତାହେଲେ ଆଇନଗତ ପ୍ରତିବନ୍ଧକ ସୃଷ୍ଟି ହେବ |

ଯେଉଁ ୱାର୍ଡରେ ମୃତଦେହ ରଖାଯାଇଛି ସେହି ୱାର୍ଡରେ ଅନ୍ୟ ରୋଗୀଙ୍କ ଚିକିତ୍ସା ମଧ୍ୟ ଚାଲିଛି | କାରଣ କାନ୍ଥରେ ଲାଗି ଅକ୍ସିଜେନ ପାଇପ ଲାଇନ ସେହି ୱାର୍ଡରେ ହିଁ ବେଡ଼ ନିକଟରେ ଉପଲବ୍ଧ | ରୋଗୀଙ୍କୁ ଅକ୍ସିଜେନ ଏବଂ ଭେଣ୍ଟିଲେଟରରେ ରଖାଯାଇଛି | ଯଦି ଏହି ରୋଗୀଙ୍କୁ ସେହି ୱାର୍ଡରୁ ଅନ୍ୟ କେଉଁ ୱାର୍ଡକୁ ସ୍ଥାନାନ୍ତର କରାଯାଏ ତାହେଲେ କିଛି ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଇପାରେ ବୋଲି ଡାକ୍ତର ଇଙ୍ଗଲେ କହିଛନ୍ତି | ଶବଗୃହର ଯେତିକି କ୍ଷମତା ଅଛି ତା'ଠାରୁ ଅଧିକ ମୃତଦେହ ହସ୍ପିଟାଲ ୱାର୍ଡରେ ପଡି ରହିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.