Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଜବ ଜନଜାତିର ଅଦ୍ଭୁତ ପରମ୍ପରା, ମୋଟା ହେବା ପାଇଁ ପିଅନ୍ତି ଗାଈର ରକ୍ତ !

8/06/2023 at 4:03 PM

ନୂଆଦିଲ୍ଲୀ ୦୮।୦୬: ଦୁନିଆରେ ରହୁଛନ୍ତି ଅନେକ ଜନଜାତି । ସମସ୍ତଙ୍କର ରହିଥାନ୍ତି ଭିନ୍ନ ଭିନ୍ନ ପରମ୍ପରା । କିନ୍ତୁ ଏମିତି ଏକ ଜନଜାତି ରହିଛି, ଯେଉଁମାନଙ୍କ ପରମ୍ପରା ଭିନ୍ନ ନୁହେଁ ଅଦ୍ଭୁତ । କେବେ ଶୁଣିଛନ୍ତି କି ଦେଖିଛନ୍ତି କି ମୋଟା ହେବା ପାଇଁ ଗାଈ ରକ୍ତ ପିଇବା କଥା । କଥାଟି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ । ଦୁନିଆରେ ରହୁଥିବା ଜନଜାତିମାନଙ୍କ ମଧ୍ୟରୁ ଇଥିଓପିଆରେ ରହୁଥିବା ଜନଜାତି ଅନ୍ୟତମ। ଏମାନଙ୍କୁ କୁହାଯାଏ ବୋଦି ଜନଜାତି । ସବୁଠୁ ଅତ୍ଭୁତ କଥା ହେଲା ଏମାନେ ମୋଟା ହେବା ପାଇଁ ଗାଈର ରକ୍ତ ପିଇଥାନ୍ତି।

ବୋଦି ଜନଜାତିର ଲୋକମାନଙ୍କର ୬ ମାସ ଧରି ଏକ ପ୍ରତିଯୋଗିତା ଚାଲିଥାଏ। ଏହି ପ୍ରତିଯୋଗିତାରେ ଜଣେ ମୋଟା ବ୍ୟକ୍ତି ହିଁ ପ୍ରତିଯୋଗିତାର ବିଜୟ ହୋଇଥାନ୍ତି । ତେଣୁ ଏହି ପ୍ରତିଯୋଗିତା ଜିତିବା ପାଇଁ ସେମାନେ ଗାଈ କ୍ଷୀର ଏବଂ ଗାଈ ରକ୍ତ ପିଇଥାନ୍ତି। ତେବେ ବୋଦି ଜନଜାତିଙ୍କ ଏହି ପ୍ରତିଯୋଗିତାରେ କେବଳ ଅବିବାହିତ ପୁରୁଷ ହିଁ ଅଂଶଗ୍ରହଣ କରିଥାନ୍ତି ।

ପ୍ରତିଯୋଗିତାରେ ଭାଗ ନେଇଥିବା ଲୋକଙ୍କୁ ଏକ ଅଲଗା କୋଠରୀରେ ରଖାଯାଏ । ସେମାନଙ୍କୁ ପ୍ରଚୁର ପରମାଣରେ ଖାଦ୍ୟ ଏବଂ ପାନୀୟ ଦିଆଯାଏ। ସେମାନଙ୍କୁ ପୁରା ୬ ମାସ ପର୍ଯ୍ୟନ୍ତ ଗାଈର କ୍ଷୀର ଏବଂ ରକ୍ତ ପିଇବା ପାଇଁ ଦିଆଯାଏ। ଯେଉଁଥିପାଇଁ ସେମାନେ ମୋଟା ହୋଇପାରିବେ । ଏହାବ୍ୟତୀତ ଏହି ଜନଜାତିର ପୁରୁଷମାନେ ଉଲଗ୍ନ ରହିଥାନ୍ତି ଆଉ ଅଣ୍ଟାରେ ଏକ ସୂତା ବାନ୍ଧି ରଖିଥାନ୍ତି ।

ଇଥିଓପିଆରେ ବସବାସ କରୁଥିବା ଆଦିବାସୀମାନେ ଗାଈକୁ ପବିତ୍ର ବୋଲି ମାନଥାନ୍ତି । ଏଥିପାଇଁ ଏମାନେ ଗାଈକୁ ହତ୍ୟା କରନ୍ତି ନାହିଁ। ଗାଈଙ୍କ ଶିରା କାଟି ରକ୍ତ ଆହାର କରିଥାନ୍ତି । ଏହା ପରେ କଟାଯାଇଥିବା ଶିରାକୁ ମାଟି ଲଗାଇ ବନ୍ଦ କରି ଦିଅନ୍ତି । ଏପରି କରିବା ଦ୍ବାରା ଗାଈର ଜୀବନପ୍ରତି କୌଣସି ବିପଦ ଆସିନଥାଏ । ତେବେ ଏହି ଜନଜାତି ବିଶ୍ବାସ ରଖନ୍ତି ଯେ ଗାଈର ରକ୍ତ ପିଇବା ଦ୍ବାରା ସେମାନେ ପ୍ରତିଯୋଗିତା ପାଇଁ ମୋଟା ହୋଇଥାନ୍ତି । ପ୍ରତିଯୋଗିତା ଯିବା ସମୟରେ ପୁରୁଷମାନେ ପ୍ରଥମେ ନିଜ ଶରୀରରେ ପାଉଁଶ ଏବଂ କାଦୁଅ ଲେପନ କରିଥାନ୍ତି ।

 ତେବେ ପ୍ରତିଯୋଗିତାରେ ସବୁଠାରୁ ମୋଟା ବ୍ୟକ୍ତି ହିଁ ବିଜେତା ହୋଇଥାଏ। ଜଣେ ମୋଟା ବ୍ୟକ୍ତି ବିଜେତା ହେବା ପରେ ଏକ ଯେକୌଣସି ପଶୁକୁ ପଥରରେ ବଳି ଦିଆଯାଏ । ଆଉ ପରେ ହିଁ ପ୍ରତିଯୋଗିତା ଶେଷ କରାଯାଏ। ଏପରି ଅନେକ ପରମ୍ପରା ରହିଛି ଯାହା ଆଜିବି ଲୋକଲୋଚନରୁ ରହିଛି ଖୁବ୍ ଦୂରରେ ।

You Can Read:

   Related Posts