ଚିଲିକା ମଝିରେ ଅଟକି ରହିଛି ଭସାପୋଲ ଏବଂ ଯାତ୍ରୀବାହୀ ଡଙ୍ଗା ; ଶତାଧିକ ଯାତ୍ରୀ ହନ୍ତସନ୍ତ
3/09/2018 at 9:18 AM

କୃଷ୍ଣପ୍ରସାଦ ୩|୯: ଚିଲିକା ମଝିରେ ଅଟକି ରହିଛି ଭସାପୋଲ ଏବଂ ଯାତ୍ରୀବାହୀ ଡଙ୍ଗା । ଭସାପୋଲ ଉପରେ ଅଟକି ରହିଛନ୍ତି ଶତାଧିକ ଯାତ୍ରୀ । ତେବେ ଏହାକୁ ଅଟକାଇଛନ୍ତି ସ୍ଥାନୀୟ ମଏଷା ଗାଁ ଲୋକ । ଚିଲିକାରେ ସାତପଡ଼ା ଜହ୍ନିକୁଦା ଘାଟ ବିବାଦ ପ୍ରସଙ୍ଗ ପୁଣି ତେଜିଛି । ଏହାକୁ କେନ୍ଦ୍ର କରି ଭସାପୋଲ ଏବଂ ସମସ୍ତ ଯାତ୍ରୀବାହୀ ଡ଼ଙ୍ଗାକୁ ଅଟକାଇଛନ୍ତି ମଏଷା ଗାଁ ଲୋକେ । ଫଳରେ ଶତାଧିକ ଯାତ୍ରୀ ଆତଙ୍କିତ ହୋଇ ପଡିଛନ୍ତି । ଆଗରୁ ଚିଲିକାରେ ଯାତାୟାତ କରୁଥିବା ଘରୋଇ ଡଙ୍ଗା ଏବଂ ଘାଟକୁ ନେଇ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ମଏଷା ଗାଁ ଲୋକେ ଆଜି ଏପରି ପଦକ୍ଷେପ ନେଇଛନ୍ତି ।
Related Posts
ବନ୍ୟା ବିତ୍ପାତ, କେନ୍ଦ୍ରାପଡାରେ ଦୁଇ ଦିନ ସ୍କୁଲ ଛୁଟି
16 August 2022