Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୋଟିଂ କ୍ଲବ୍ ହୋଇଥିବା ପୋଖରୀରେ ଦଳ ଭର୍ତ୍ତି, ତିନି ମାସ ହେଲା ଡଙ୍ଗା ସବୁ ପଡିଛି ଗୋଟିଏ କୋଣରେ

11/06/2019 at 3:12 PM

ଭଦ୍ରକ (ସର୍ବଶ୍ବେର ନାଥ) ୧୧|୬: ବୋଟିଂ କ୍ଲବ୍ ହୋଇଥିବା ପୋଖରୀରେ ଏବେ ଦଳ ଭର୍ତ୍ତି । ବୋଟିଂର ମଜାନେବାକୁ ଆସିବେ ଯଦି ମନ ଭାଙ୍ଗିବା ନିଶ୍ଚିତ । ଡଙ୍ଗା ସବୁ ଆସି ପାର୍କର ଗୋଟିଏ କୋଣକୁ ଡେରା ହୋଇ ରଖାଯାଇଛି । ପାର୍କର ସମସ୍ୟା ବି ନ କହିବା ଭଲ ।

ବୋଟିଂ ପାଇଁ ଭଦ୍ରକର ଏଇ ପୋଖରୀରେ ବ୍ୟବସ୍ଥା ହୋଇଥିଲା । ଡଙ୍ଗା ବି ଆସିଥଲା । ହେଲେ ପୋଖରୀର ଚାରିଆଡେ ଦଳ ଭର୍ତ୍ତି । କିଛି ଲୋକ ପୋଖରୀରେ ପଶି ଦଳ ସଫାରେ ଲାଗିଛନ୍ତି । ଆଉ ଡଙ୍ଗା ସବୁ ଏଇ ପାର୍କରେ ଗୋଟିଏ କୋଣରେ ପଡିଛି ।

ତିନି ମାସ ହେଲା ଏହି ତିନିଟି ଡଙ୍ଗା ବିଶ୍ରାମ ନେଇଛନ୍ତି । କେମିତି ବା ନ ନବେ । ପୋଖରୀ ହାଲ୍ ତ ଏମିତି । ବୋଟିଂ କ୍ଲବ୍ ହୋଇଥିବା ଏହି ପୋଖରୀକୁ ତ ମ୍ୟୁନିସିପାଲିଟି ନଜର ଦେଲା ନାହିଁ ।

ପାର୍କର ସମସ୍ୟା ବି କହିଲେ ନସରେ । ୫୦ ଲକ୍ଷ ଖର୍ଚ୍ଚ ହୋଇଛି ସତ, ହେଲେ ପିଇବା ପାଣିର ବ୍ୟବସ୍ଥା ନାହିଁ ଏଠାରେ । ବର୍ଷା ହେଲେ ପାର୍କକୁ ଆସିଥିବା ବ୍ୟକ୍ତି ଓଦା ହେବ ଥୟ । କାରଣ ମୁଣ୍ଡ ଗୁଞ୍ଜିବାକୁ ସେଡ୍ ନାହିଁ । ଟିକେଟ୍ କାଉଣ୍ଟର ବି ଏଠାରେ ନାହିଁ । ଗଛ ମୂଳେ ଚେୟାର ପକେଇ ମ୍ୟୁନିସିପାଲିଟି କର୍ମଚାରୀ ଟିକେଟ କାଟୁଛନ୍ତି ।

   Related Posts