ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ଫସିଲା ଡ଼ଙ୍ଗା, ଆତଙ୍କିତ ଯାତ୍ରୀ

Published By : Prameya-News7 Bureau | July 26, 2024 IST

ଚିଲିକା୨୬/୦୭: ମଝି ଚିଲିକାରେ ଫସିଲା ଯାତ୍ରିବାହୀ ବସ୍ । ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଫସିଲା । ଡଙ୍ଗାରେ ଅଛନ୍ତି ୧୭ ଜଣ ଯାତ୍ରୀ ଏବଂ ସେମାନଙ୍କ ମୋଟରସାଇକେଲ୍ । 

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଛି ଏହି ଯାତ୍ରୀବାହୀ ଡଙ୍ଗା । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାଉଥିଲା ଏହି ଯାତ୍ରୀବାହୀ ଡଙ୍ଗା । ମଝି ଚିଲିକାରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଯାତ୍ରୀବାହୀ ଡଙ୍ଗା ଘଟଣା ସ୍ଥଳରେ ପହଞ୍ଚିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.