ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଅଘଟଣ, ମଝି ଚିଲିକାରେ ଫସିଲା ଡଙ୍ଗା

Published By : Prameya-News7 Bureau | February 25, 2024 IST

ବ୍ରହ୍ମଗିରି ୨୫।୦୨ : ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଲାଗି ମଝି ଚିଲିକାରେ ଫସିଛି ଡଙ୍ଗା । ଫସିରହିଛନ୍ତି ଅନେକ ଲୋକେ ।

ଖବର ଅନୁଯାୟୀ, ଜହ୍ନିକୁଦା ଘାଟରୁ ସକାଳ ୯ଟା ୪୦ ମିନିଟ୍‌ ସମୟରେ ଏକ ଯାତ୍ରୀବାହୀ ଡଙ୍ଗା ଲୋକଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ହେଲେ ଅଧାରାସ୍ତାରେ ହଠାତ୍‌ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଯାହାଫଳରେ ମଝି ଚିଲିକାରେ ଫସିରହିଛି । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ରହିଥିବା ବେଳେ ୧୦ଟି ବାଇକ୍‌ ରହିଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଲଗାତର ଭାବେ ମଝି ଚିଲିକା ଫସୁଛି ଡଙ୍ଗା । କେତେବେଳେ ଭସାପୋଲ ତ ଆଉ କେତେ ଯାତ୍ରୀବାହୀ ଡଙ୍ଗା । ତେଣୁ ବାରମ୍ବାର କଟକଣା ପରେ ବି କେହି କେହି ନିୟମ ମାନୁଥିବା ବେଳେ ଅନେକ ନିୟମକୁ ବେଖାତିର କରିଚାଲିଛନ୍ତି । ତେଣୁ ଏଦିଗରେ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି ।

wp:embed {"url":"https://www.prameyanews7.com/us-and-british-forces-carry-out-more-strikes-against-houthis-in-yemen/","type":"wp-embed","providerNameSlug":"prameya-news-7"}
https://www.prameyanews7.com/us-and-british-forces-carry-out-more-strikes-against-houthis-in-yemen/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.