ମଝି ଚିଲିକାରେ ଅଟକିଲା ଡଙ୍ଗା, ଫସିଛନ୍ତି ୩୦ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସମେତ ୫୦ ଜଣ
4/03/2020 at 8:46 AM

କୃଷ୍ଣପ୍ରସାଦ ୪।୩: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଫସି ରହିଛନ୍ତି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ସେମାନଙ୍କ ମଧ୍ୟରେ ୩୦ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଥିବା ଜଣାପଡିଛି । ଜହ୍ନିକୁଦାଠାରୁ ସାତପଡ଼ା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟିକିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, କୃଷ୍ଣପ୍ରସାଦ ଜହ୍ନିକୁଦାରୁ ଏକ ଯାତ୍ରୀବାହୀ ଡଙ୍ଗା ୫୦ ଜଣ ଯାତ୍ରୀଙ୍କୁ ନେଇ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ କିଛି ବାଟ ଗଲା ପରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ମଝି ଚିଲିକାରେ ଡଙ୍ଗାଟି ଅଟକି ଯାଇଥିଲା । ଫସିଥିବା ଡଙ୍ଗାରେ ୩୦ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି ।

ତେବେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏପର୍ଯ୍ୟନ୍ତ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଡଙ୍ଗାରେ ଫସିଥିବା ୩୦ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ଆଜି ପରୀକ୍ଷା ଥିବାରୁ ସେମାନଙ୍କୁ ଯଥାଶୀଘ୍ର ଉଦ୍ଧାର ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ଜରୁରୀ ହୋଇପଡିଛି ।