ପାଟନା ୩୦।୧୨: ବିହାର ରାଜଧାନୀ ପାଟନାରେ ଶୁକ୍ରବାର ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାକାର ମନେର ମହାବୀର ଟୋଲା ଗଙ୍ଗା ନଦୀ ଘାଟରେ ଯାତ୍ରୀ ଭରା ନାଆ ବୁଡିଯାଇଛି। କୁହାଯାଉଛି ନାଆରେ ୧୫ ଜଣ ଯାତ୍ରୀ ଥିଲେ। ଯେଉଁମାନଙ୍କ ମଧ୍ୟରୁ ୭ ଜଣ ଏବେବି ନିଖୋଜ ଅଛନ୍ତି। ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ନିଖୋଜ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
{"id":727288,"sizeSlug":"full","linkDestination":"none"}ସୂଚନା ଅନୁସାରେ ବିହାର ପାଟନା ଜିଲ୍ଲା ମନେରର ଗଙ୍ଗା ନଦୀରେ ଶୁକ୍ରବାର ଏକ ଯାତ୍ରୀବାହୀ ନାଆ ବୁଡି ଯାଇଛି। ନାଆଟିରେ ମୋଟ ୧୫ ଜଣ ଯାତ୍ରୀ ଥିଲେ, ତେବେ କେଉଁ କାରଣରୁ ନାଆ ବୁଡିଲା ତାହା ପୁଷ୍ଟିହୋଇପାରି ନାହିଁ। ପହଁରି ପହଁରି ୮ ଜଣ ନଦୀରୁ ବାହାରକୁ ଆସିଥିବା ବେଳେ ଆଉ ୭ ଜଣଙ୍କ ପତା ମିଳୁ ନାହିଁ। ନଦୀରେ ନାଆ ବୁଡିବା ସୂଚନା ମିଳିବା ମାତ୍ରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଲୋକେ ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ନିଖୋଜ ଲୋକଙ୍କ ତଲାସ ଆରମ୍ଭ କରିଛି।
{"id":727289,"width":839,"height":533,"sizeSlug":"full","linkDestination":"none"}ଏଏସଆଇ ସତ୍ୟନାରାୟଣ ସିଂହଙ୍କ ଅନୁସାରେ ଗଙ୍ଗାରେ ଲୋକଙ୍କ ସନ୍ଧାନ ଲାଗି ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି ଓ ଉଦ୍ଧାର ଅଭିଯାନ ଜାରି ରହିଛି। କୁହାଯାଉଛି ନଦୀରେ ନାଆଟି ବାଲି ପରିବହନ କରୁଥିଲା। ତେବେ ଏଥିରେ ଯାତ୍ରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ନାଆଟି ନଦୀ ଉପରେ ନିର୍ମିତ ବ୍ରିଜର ପୋଲରେ ଧକ୍କା ଲାଗି ଅନିୟନ୍ତ୍ରିତ ହୋଇ ବୁଡି ଯାଇଛି।