ଭାରସାମ୍ୟ ହରାଇ ଓଲିଟି ପଡ଼ିଲା ମାଛ ଧରା ଡଙ୍ଗା, ଥିଲେ ୫ ଜଣ ମତ୍ସ୍ୟଜୀବୀ

Published By : Prameya-News7 Bureau | September 23, 2022 IST

ପାରାଦୀପ, ୨୩/୦୯: ପାରାଦୀପ ଅନ୍ତର୍ଗତ ମହାନଦୀ ମୁହାଣ ନିକଟରେ ଭାରସାମ୍ୟ ହରାଇ ମାଛ ଧରା ଡଙ୍ଗା ଓଲିଟି ପଡ଼ିଛି । ଉକ୍ତ ଡଙ୍ଗାଟି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ହୋଇଥିବା ବେଳେ ସେଥିରେ ୫ ଜଣ ମତ୍ସ୍ୟଜୀବୀ ଥିଲେ । ପାରାଦୀପ ମୁହାଣ ନିକଟ ସମୁଦ୍ର ମଧ୍ୟରେ ସେମାନେ ମାଛ ଧରୁଥିବା ସମୟରେ ଡଙ୍ଗାଟି ଓଲଟି ପଡିଥିଲା । ପାଖରେ ଥିବା ଅନ୍ୟ ମାଛ ଧରା ଟ୍ରଲର ସେମାନଙ୍କୁ ଉଦ୍ଧାର କରିଛି । ଏବେ ସମସ୍ତ ୫ଜଣ ମତ୍ସ୍ୟଜିବୀ ସୁସ୍ଥ ଥିବା ଜଣାପଡିଛି ।

wp:html https://youtu.be/SVMcKVVOV7E /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.