ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ବୋର୍ଡ ରଖିଲା ପ୍ରତିକ୍ରିୟା, କର୍ତ୍ତୃପକ୍ଷ କହିଲେ ଏନେଇ ନାହିଁ କୌଣସି ଖବର

Published By : Prameya-News7 Bureau | February 26, 2024 IST

କଟକ ୨୬/୦୨: ଇଂରାଜୀ ପରେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ପ୍ରଶ୍ନପତ୍ର । ପ୍ରଶ୍ନ ସହ ଉତର ମଧ୍ୟ ରହିଛି ।

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଦେଖିବାକୁ ମିଳିଛି । ପୂର୍ବରୁ ଇଂରାଜୀ ପରୀକ୍ଷା ବେଳେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା । କେନ୍ଦୁଝରରୁ ହିଁ ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଥିଲା । ହେଲେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଲିକ୍‌କୁ ଖଣ୍ଡନ କରାଯାଇଥିଲା ।

ଅନ୍ୟପଟେ ଗଣିତ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ଉପ ସଭାପତି । ସେ କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ବୋର୍ଡ ପାଖରେ କୌଣସି ଖବର ନାହିଁ । ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି କେହି ବୋର୍ଡ ପାଖରେ ଅଭିଯୋଗ କରିନାହାନ୍ତି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନା ଥାଉକି, କେନ୍ଦୁଝରରେ ପୁଣି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ପ୍ରଶ୍ନ ପତ୍ର ଏଵଂ ଉତ୍ତର । ପରୀକ୍ଷା ଶେଷ ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ । ପୂର୍ବରୁ କେନ୍ଦୁଝରରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଥିଲା, ଯାହାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ ।

you can also read...

wp:embed {"url":"https://www.prameyanews7.com/mathmetic-question-leaked-at-patna/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mathmetic-question-leaked-at-patna/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.