କଟକ ୧୬|୧: ପ୍ରଶ୍ନପତ୍ର ଲିକ୍ ହେଲା । ଆଉ ସେଥିପାଇଁ ଆଜି ପ୍ରଥମ ସିଟିଂ ପରେ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାକୁ ବାତିଲ୍ କରିଦିଆଗଲା । ଲକ୍ଷେ ୧୨ହଜାର ପରୀକ୍ଷାର୍ଥୀଙ୍କୁ ନିରାଶ ହେବାକୁ ପଡ଼ିଲା । ହେଲେ କୋଶ୍ଚିନ୍ ପେପର କେମିତି ଲିକ୍ ହେଲା ତା’ର କାରଣ ଖୋଜି ପାଉନାହାନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ପଚାରିଲେ କହୁଛନ୍ତି, ମାଟ୍ରିକ୍ ପରୀକ୍ଷା ପରେ ଆଉ ଥରେ ଓଟିଇଟି ପରୀକ୍ଷା କରିବେ । ସେପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଧୈର୍ଯ୍ୟ ସହ ଅପେକ୍ଷା କରନ୍ତୁ ।ଏପଟେ ପ୍ରଶ୍ନପତ୍ର ପ୍ରଘଟର ଚେର ଖୋଜିବା ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି ବୋର୍ଡ ।
{"id":74586}କେତେ ଆଉ ଧୈର୍ଯ୍ୟ ଧରିବା । ଗଲାଥର ମାଟ୍ରିକ୍ ପରୀକ୍ଷା ବେଳେ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେଲା । ଧୈର୍ଯ୍ୟ ଧରିଲେ ପରୀକ୍ଷାର୍ଥୀ । ଧୈର୍ଯ୍ୟ ଧରିଲେ ଅବିଭାବକ । ଏଥର ମାଟ୍ରିକ୍ ପରୀକ୍ଷାରେ କାଳେ ସମାନ ପରିସ୍ଥିତି ସୃଷ୍ଟି ହୋଇପାରେ ସେଇ ଆଶଙ୍କା ବି ମନରେ ଉଙ୍କି ମାରୁଥିଲା । ହେଲେ ତା’ ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦର ପୋଲ୍ ଖୋଲିଦେଲା ଓଟିଇଟି କୋଶ୍ଚିନ୍ ପେପର୍ ଲିକ୍ ।
କୋଶ୍ଚିନ୍ ପେପର୍ ଲିକ୍ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଏବିଭିପି । ଗଣଶିକ୍ଷା ମନ୍ତ୍ରୀଙ୍କ ସହ ବୋର୍ଡ ସଭାପତିଙ୍କ ଇସ୍ତଫା ଦାବି କରିଛି ଏବିଭିପି । ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ପୋଲିସ ସହ ଧସ୍ତା ଧସ୍ତି ହୋଇଛନ୍ତି ଏବିଭିପି କର୍ମୀ ।
{"id":74534}ବୁଧବାର ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାର ଫାଷ୍ଟ ସିଟିଂ ପରୀକ୍ଷା ଚାଲିଥିବା ବେଳେ ସାରା ରାଜ୍ୟରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ପ୍ରଶ୍ନ ପତ୍ର ସେଟ୍ –ବି ଏବଂ ଅନ୍ୟ ସେଟ୍ ସହ ଉତ୍ତର । ଓଟିଇଟିର ପ୍ରଥମ ସିଟିଂରେ ଶିକ୍ଷାଶାସ୍ତ୍ର ପରୀକ୍ଷା ଥିଲା । ଆଉ ଏଇ ପରୀକ୍ଷା ଚାଲିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଲା ପ୍ରଶ୍ନପତ୍ର । ଅଭିଯୋଗ ପରେ ସାମ୍ନାକୁ ଆସିଲେ ବୋର୍ଡ଼ ସଭାପତି । ଆଉ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପରୀକ୍ଷାକୁ ବାତିଲ କରାଗଲା ବୋଲି ଘୋଷଣା କଲେ ।
ପ୍ରଶ୍ନପତ୍ର ଲିକ୍ ହେଲା । ଆଉ ସେଥିପାଇଁ ପ୍ରଥମ ସିଟିଂ ପରେ ଓଟିଇଟି ପରୀକ୍ଷାକୁ ବାତିଲ୍ କରିଦିଆଗଲା । ଲକ୍ଷେ ୧୨ହଜାର ପରୀକ୍ଷାର୍ଥୀଙ୍କୁ ନିରାଶ ହେବାକୁ ପଡ଼ିଲା । ହେଲେ କୋଶ୍ଚିନ୍ ପେପର କେମିତି ଲିକ୍ ହେଲା ତା’ର କାରଣ ଖୋଜି ପାଉନାହାନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ପଚାରିଲେ କହୁଛନ୍ତି, ମାଟ୍ରିକ୍ ପରୀକ୍ଷା ପରେ ଆଉ ଥରେ ଓଟିଇଟି ପରୀକ୍ଷା କରିବେ । ସେପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଧୈର୍ଯ୍ୟ ସହ ଅପେକ୍ଷା କରନ୍ତୁ ।
{"id":74715}ପରୀକ୍ଷାର୍ଥୀଙ୍କ ପାଇଁ ସେମାନଙ୍କ କଠିନ ପରିଶ୍ରମର ଫଳ କ’ଣ ଏୟା ? ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାର୍ଯ୍ୟ ପାଇଁ ପିଲାମାନେ କାହିଁକି ବାରମ୍ବାର ସଫର୍ ହେବେ ? ପ୍ରତ୍ୟେକ ପରୀକ୍ଷା ଆଗରୁ ସତର୍କତା ମୂଳକ ପଦକ୍ଷେପ ନେଇ ବୋର୍ଡ଼ କର୍ତ୍ତୃପକ୍ଷ ବାରମ୍ବାର ଦମ୍ଭ ଦେଖାଉଥିଲେ ମଧ୍ୟ ଠିକଣା ବେଳକୁ ସବୁ ଫସର ଫାଟିଯାଉଛି ।
ବିଭାଗ ବିଭାଗ ଭିତରେ ସମନ୍ବୟର ଅଭାବ ଯୋଗୁଁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । ତେବେ ସେ ଯାହା ହେଉନା କାହିଁକି ଗଲା ଥର ମାଟ୍ରିକ୍ ପରୀକ୍ଷା ପରେ ପରେ ପୁଣି ଓଟିଇଟି ପରୀକ୍ଷା ବେଳେ କୋଶ୍ଚିନ୍ ପେପର ଲିକ୍ ପୂରା ବ୍ୟବସ୍ଥାର ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।