Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା, ଶିକ୍ଷା ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ଘୋଷଣା

23/08/2023 at 4:22 PM

Board Exam

ନୂଆଦିଲ୍ଲୀ, ୨୩/୦୮: ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା। ଶିକ୍ଷା ମନ୍ତ୍ରାଳୟ ବୁଧବାର ସ୍କୁଲ ପରୀକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବୁଧବାର ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ଅନୁଯାୟୀ ନୂଆ ପାଠ୍ୟ ଖସଡ଼ା ଜାରି କରିଛି। ମନ୍ତ୍ରାଳୟ କହିଛି ବୋର୍ଡ ପରୀକ୍ଷା ବର୍ଷକୁ ଦୁଇ ଥର ଆୟୋଜିତ ହେବ। ଉଭୟ ପରୀକ୍ଷାରେ ଯେଉଁଥିରେ ଛାତ୍ରଙ୍କ ଅଧିକ ନମ୍ବର ରହିବା, ତାହାକୁ ଧରାଯିବ।

ଖାଲି ସେତିକି ନୁହେଁ ଏକାଦଶ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷା ପଢ଼ିବାକୁ ହେବ। ଏହି ଦୁଇ ଭାଷା ମଧ୍ୟରୁ ଗୋଟିଏ ଭାରତୀୟ ଭାଷା ହେବ। ଅବଶ୍ୟ ଛାତ୍ରଛାତ୍ରୀ ବିଷୟ ବାଛିପାରିବେ । ଏହାଦ୍ବାରା ଛାତ୍ରଙ୍କ ବୌଦ୍ଧିକ ବିକାଶ ଏବଂ କୌଶଳର ବିକଶ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାସ୍‌ କରିବା ପାଇଁ ଦୁଇ ଥର ସୁଯୋଗ ମିଳିବ।

ଆହୁରି ପଢ଼ନ୍ତୁ: ଉଚ୍ଚ ଶିକ୍ଷାନୁଷ୍ଠାନରେ ବଢ଼ିଛି ମୁସ୍‌ଲିମ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି: କେନ୍ଦ୍ର ମନ୍ତ୍ରୀ

ଶିକ୍ଷା ମନ୍ତ୍ରାଳୟ ବୁଧବାର କହିଛି ଯେ, ୨୦୨୪ ପାଠ୍ୟ ଖସଡ଼ା ପାଇଁ ପୁସ୍ତକରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ପୁସ୍ତକରେ ଅଧିକରୁ ଅଧିକ ସିଲାବସ୍‌ ମଧ୍ୟ ରଖାଯିବ ନାହିଁ। ପୁସ୍ତକ ଦାମ୍‌ ମଧ୍ୟ କମ୍‌ କରାଯିବ। ନୂଆ ପାଠ୍ୟ ଖସଡ଼ା ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଏହାଦ୍ବାରା ସ୍କୁଲ ବୋର୍ଡ ସଂପୂର୍ଣ୍ଣ ହେବା ପରେ ପରୀକ୍ଷା ପାଇଁ ଜଣାଇପାରିବେ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ୨୦୨୩ ଏପ୍ରିଲ୍‌ରେ ନାସନାଲ କରିକୁଲମ୍‌ ଫ୍ରେମଓ୍ବର୍କ (NCF)ର ଡ୍ରାଫ୍ଟ ଜାରି କରିଥିଲା। ଏଥିରେ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ପ୍ରସ୍ତାବ ରଖଯାଇଥିଲା। ନୂଆ ପାଠ୍ୟକ୍ରମ ଢ଼ାଞ୍ଚାରେ ସିବିଆଇକୁ ମଧ୍ୟ ସାମିଲ୍‌ କରାଯାଇଛି। ସିବିଏସଇ ସହ ବିଭିନ୍ନ ରାଜ୍ୟ ବୋର୍ଡ ତରଫରୁ ଆୟୋଜିତ କରାଯାଉଥିବା ବୋର୍ଡ ପରୀକ୍ଷା ବର୍ଷକୁ ଦୁଇ ଥର ହେବ। ପରୀକ୍ଷା ଟର୍ମ ହିସାବରେ ହେବ ନାହିଁ। ଫଳରେ ଛାତ୍ରଙ୍କ ନମ୍ବର ଭଲ ହେବ। ତାହାକୁ ଆଗକୁ ମାନ୍ୟ ହେବ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଫୋକସରେ ଓଡିଶା, ୧୪ ସ୍କୁଲକୁ ୧୧ କୋଟି ୬୮ଲକ୍ଷ ମଞ୍ଜୁର

   Related Posts