ଖୁବଶୀଘ୍ର ପ୍ରକାଶ ପାଇବ ମାଟ୍ରିକ୍ ୨୦୨୩ ଫଳାଫଳ, ଅଫିସିଆଲ୍ ୱେବସାଇଟ୍‌ରେ ଦେଖିପାରିବେ ରେଜଲ୍ଟ

Published By : Prameya-News7 Bureau | May 08, 2023 IST

ନୂଆଦିଲ୍ଲୀ ୦୮।୦୫ : ପ୍ରକାଶ ପାଇବ ୨୦୨୩ ମାଟ୍ରିକ୍ ରେଜଲ୍ଟ । ଖୁବଶୀଘ୍ର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ ରେଜଲ୍ଟ । ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରୋଲ ନମ୍ବର ଜରିଆରେ ରେଜଲ୍ଟ ଜାଣୀପାରିବେ ଛାତ୍ରଛାତ୍ରୀ ।

ତେବେ ସିବିଏସ୍ଇ ଦଶମ କ୍ଲାସ୍ ଫଳାଫଳ ଅଫିସିଆଲ୍ ୱେବସାଇଟରେ ୧୫ ମଇ ୨୦୨୩ରେ ବାହାରିବ। ଫଳାଫଳ ଯାଞ୍ଚ ପରେ ଡିଭାଇସରେ ମାର୍କସିଟ୍ ଡାଉନଲୋଡ୍ କରିବେ । ଏହି ୱେବସାଇଟରୁ ICSE ଦଶମ କ୍ଲାସ୍ ବୋର୍ଡ ଫଳାଫଳ ମଧ୍ୟ ଯାଞ୍ଚ କରିହେବ ।  ଯେଉଁମାନେ ଅଫିସିଆଲ୍ ୱେବସାଇଟରେ ମାର୍କ ଯାଞ୍ଚ କରିପାରିବେ ନାହିଁ, ସେମାନେ SMS ସୁବିଧା ବ୍ୟବହାର କରି ICSE ବୋର୍ଡ କ୍ଲାସ୍ ଦଶମ ଫଳାଫଳ ୨୦୨୩ ଯାଞ୍ଚ କରିପାରିବେ ।

ଚଳିତବର୍ଷ ଉଭୟ ୧୦ମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୪,୨୦୨୩ ରେ ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧୦ରେ ଦଶମ ବୋର୍ଡ ପରୀକ୍ଷା ଏବଂ ଏପ୍ରିଲ୍ ୫, ୨୦୨୩ରେ ଦ୍ବାଦଶ ବୋର୍ଡ ପରୀକ୍ଷା ଶେଷ ହୋଇଥିଲା । ଏହି ପରୀକ୍ଷାରେ ମୋଟ ୩୮ ଲକ୍ଷ ୮୩ ହଜାର ୭୧୦ ଜଣ  ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆସନ୍ତା ସପ୍ତାହ ସୁଦ୍ଧା ବୋର୍ଡ ଦ୍ବାରା ଦଶମ ଫଳାଫଳ ପ୍ରକାଶ ପାଇବ ବୋଲି କୁହାଯାଉଛି। ଛାତ୍ରମାନଙ୍କୁ ସମୟ ସମୟରେ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.