ଏମ୍ସ ପରିସରରେ ଲାଗିଲା ବିଏନଏସ୍ ଧାରା ୧୬୩, ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସର ଆକ୍ସନ

Published By : Prameya-News7 Bureau | July 20, 2025 IST

ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କର ଏମସ୍ ରେ ଚିକିତ୍ସା ଚାଲିଥିବା ବେଳେ , ଏମସ୍ ପରିସରରେ ବିରୋଧ ଦଳ ଗୁଡ଼ିକ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । ଏଥିପାଇଁ ଏମସ୍ କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ନେଇଛନ୍ତି । ଏମ୍ ସ ବାହାରେ ଅଯଥା ଭିଡ଼ ନ କରିବାକୁ ଏମ୍ ସ ପକ୍ଷରୁ ବର୍ଣ୍ଣ ୟୁନିଟ୍ ବାହାରେ ନୋଟିସ୍ ଲଗାଯାଇଛି। ହସ୍ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କ ଅଯଥା ଥା ଭିଡ଼ ସହ ହୋହଲ୍ଲା କରିବା ଉଚିତ୍ ନୁହେଁ। ଏହା ହେଲେ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେବ। ବର୍ଣ୍ଣ ୟୁନିଟର ପ୍ରବେଶ ପଥଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଯାଇଛି। କୌଣସି ଉତ୍ତେଜନାକୁ ଏଡ଼ାଇବାକୁ କମିଶନରେଟ୍ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। 

ଶନିବାର ସନ୍ଧ୍ୟା ପରଠାରୁ ବିରୋଧୀ ଦଳ ନେତାଙ୍କ ଭିଡ଼ ବଢ଼ିଥିଲା। ଏମ୍ସ ବର୍ଣ୍ଣ ସେଣ୍ଟର ଆଗରେ ନେତା ଓ କର୍ମୀ ଧାରଣାରେ ବସିଥିଲେ। ରାତି ୧୦ଟା ପରେ ପୁଲିସ୍ କମିଶନର ହସ୍ପିଟାଲ୍ ପରିସରରେ BNS ଦଫା ୧୬୩ ଜାରି କରିଥିଲେ। ହସ୍ପିଟାଲ ପରିସରରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେନି। ପୁଲିସ୍ ୧୬୩ ଜାରି କରିବା ପରେ ସେଠାରେ ଥିବା ନେତା ଓ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିଲା। ଏହି ସମୟରେ ପୁଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଥିଲା । ଏମସ ପରିସରରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.