ମାନବିକତାର ପରିଚୟ ଦେଖାଇଲେ ବିଧାୟକ, ଆମ୍ୱୁଲାନ୍ସ କରି ପଠାଇଲେ ମୃତ ଶରୀର

Published By : Prameya-News7 Bureau | November 29, 2023 IST

ବ୍ରହ୍ମପୁର ୨୯/୧୧: ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ । ଆମ୍ୱୁଲାନ୍ସ କରି ପଠାଇଲେ ମୃତଶରୀର । ସୂଚନା ଥାଉକି, କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କରାଲି ଗାଁର ରାଜୁ ମୁଦୁଲିଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପରିବାରବର୍ଗ କେହି ମୃତକ ରାଜୁଙ୍କ ନିକଟରେ ନଥିବାରୁ ମୃତ ଶରୀର ନିଜ ଗାଁରେ ପହଂଚିବା କଷ୍ଟକର ବ୍ୟାପାର ଥିଲା ।

wp:embed {"url":"https://www.prameyanews7.com/radeep-panigrahi-targeted-by-bikram-panda/","type":"wp-embed","providerNameSlug":"prameya-news-7"}
https://www.prameyanews7.com/radeep-panigrahi-targeted-by-bikram-panda/
/wp:embed

ଏ ଖବର ବ୍ରହ୍ମପୁର ବିଧାୟକଙ୍କ ନିକଟରେ ପହଂଚିବା ପରେ ବିଧାୟକ ବିକ୍ରମ ପଣ୍ଡା ସଙ୍ଗେ ସଙ୍ଗେ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ମୃତ ଶରୀରକୁ ଗାଁକୁ ପଠାଇବାରେ ସହାୟକ ହୋଇଥିଲେ । ଏହାସହ କହିଥିଲେ ଅସହାୟ ଲୋକଙ୍କ ନିକଟରେ ଠିଆ ହୋଇ ସାହାଯ୍ୟ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବାରୁ ଏଭଳି କାର୍ଯ୍ୟ କରୁଛୁ । ଏଭଳି ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କ ବୋଲି କହିଛନ୍ତି ବିଧାୟକ ବିକ୍ରମ ପଣ୍ଡା । ମୃତକଙ୍କ ସମ୍ପର୍କୀୟ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ସାଧୁବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.