Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଦେଶର ସବୁଠୁ ଧନୀ ମହାନଗର ନିଗମ, ୫୨,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲା BMC

4/02/2023 at 5:17 PM

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ମହାନଗର ନିଗମ ବିଏମସି (ବ୍ରିହନମୁମ୍ୱାଇ ମହାନଗର ନିଗମ) ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଶନିବାର ୫୨,୬୧୯.୦୭ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି । ଚଳିତ ଥର ଆଗତ କରାଯାଇଥିବା ବଜେଟ୍ ପୂର୍ବ ଆର୍ଥିକ ବର୍ଷର ୪୫,୯୪୯ କୋଟି ତୁଳନାରେ ୧୪.୫୨ ପ୍ରତିଶତ ଅଧିକ ରହିଛି ।

ଚଳିତ ଥର ବଜେଟ୍ ବିଏମସି କମିଶନର ଇକୱାଲ ସିଂ ଚହଲଙ୍କ ସାମନାରେ ଉପସ୍ଥାପନ କରାଯାଇଛି । କର୍ପୋରେଟରଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଗତ ବର୍ଷ ମାର୍ଚ୍ଚରେ ରାଜ୍ୟ ସରକାର ସ୍ଥାନୀୟ ନଗର ନିଗମରେ ପ୍ରଶାସକ ନିଯୁକ୍ତ କରିଥିଲେ ।

ବଜେଟ୍ ଦସ୍ତାବିଜ ଅନୁସାରେ, ‘ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଆନୁମାନିକ ଏହି ବଜେଟରେ ୫୨,୬୧୯.୦୭ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି’।

୧୮୯୫ ମସିହା ପରେ ପ୍ରଥମ ଥର ପାଇଁ ଦେଶର ସବୁଠୁ ଧନୀ ନଗର ନିଗମର ପ୍ରଶାସନ କୌଣସି ପ୍ରଶାସକଙ୍କ ସାମନାରେ ବଜେଟ୍ ଉପସ୍ଥାପନ କରିଛି । ବଜେଟ୍ ଆଗତ କରାଯିବା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ଚହଲ କହିଛନ୍ତି, ‘ବିଏମସିର ଇତିହାସରେ ପ୍ରଥମ ଥର ପାଇଁ ଆନୁମାନିକ ବଜେଟ୍ ୫୦,୦୦୦ କୋଟି ଟଙ୍କା ପାର କରିଛି । ବଜେଟରେ ପୁଞ୍ଜିଗତ ବ୍ୟୟ ୨୭,୨୪୭.୮୦ କୋଟି ଟଙ୍କା ରଖାଯାଇଛି ଏବଂ ରାଜସ୍ୱ ଖର୍ଚ୍ଚ ୨୫,୩୦୫.9୪ କୋଟି ଟଙ୍କା ଆବଣ୍ଟିତ କରାଯାଇଛି’ ।

ଉଲ୍ଲେଖଯୋଗ୍ୟ ଯେ ବିଏମସି ନିର୍ବାଚନ ସ୍ଥଗିତ ହୋଇ ରହିଛି । କରୋନା ମହାମାରୀ, ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ ଏବଂ ଓବିସି କୋଟା ପରି ବିଭିନ୍ନ କାରଣ ଯୋଗୁଁ ନିର୍ବାଚନରେ ବିଳମ୍ୱ ହେଉଛି ।  

   Related Posts