କାର୍ଯ୍ୟକାରୀ ହେଲାନି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, କାନ୍ଥ ବାଡରେ ପୋଷ୍ଟର ଲାଗିଲେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି

Published By : Prameya-News7 Bureau | February 23, 2024 IST

ଭୁବନେଶ୍ୱର ୨୩/୦୨: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ବିଏମସି । ଏଣିକି ଆଉ ରାଜଧାନୀର କାନ୍ଥ ବାଡ଼ରେ ଲାଗିବ ନାହିଁ କୌଣସି ଦଳର ପୋଷ୍ଟର, ବ୍ୟାନର ଓ ୱାଲ ପେଣ୍ଟିଂ। ଯେଉଁ ଦଳ ଗୁଡିକ ନିଜ ଦଳ ଓ ନେତାଙ୍କର ମାଇଲେଜ୍ ପାଇଁ ପୋଷ୍ଟର, ବ୍ୟାନର ଲଗାଇବା କିମ୍ବା ୱାଲ୍ ପେଣ୍ଟିଂ କରିଛନ୍ତି ସେଗୁଡିକ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଚି ବିଏମସି ।

ପ୍ରତ୍ୟେକ ଥର ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମ ହୋଇଥାଏ । ତେଣୁ ପ୍ରତ୍ୟେକ ରାଜନୈତିକ ଦଳ ଗୁଡିକ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଥିବା କଥା କହିଛନ୍ତି ବିଏମସି କମିଶନର । ୩ ଜୋନର ଜେଡିଶିଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଏମସି କମିଶନର । ତେବେ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ ବିଏମସି କମିଶନରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ।

ପୋଷ୍ଟର, ବ୍ୟାନର, ୱାଲ୍ ପେଣ୍ଟିଂ ଲଗାଇବା କାମ ବିଜେଡି ପ୍ରଥମେ ଆରମ୍ଭ କରିଥିଲା । ତାପରେ ବିଜେପି ବି ଲଗାଇଲା । ପ୍ରଥମରୁ ବିଏମ୍ସି କାହିଁକି ମନା କଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ବିଏମସୀ କମିଶନର ସରକାରଙ୍କ କୋଠ ପୁଅ ଭାବେ କାମ ନକରନ୍ତୁ ବୋଲି କହିଛନ୍ତି । ପୋଷ୍ଟର ବ୍ୟାନର ହଟାଇବାରେ ପାତରଅନ୍ତର କଲେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ପୋଷ୍ଟର ହଟାଇବା ବେଳେ ସବୁ ଦଳକୁ ସମାନ ଦୃଷ୍ଟିରେ ରଖି ପୋଷ୍ଟର ହଟାଇବା ପାଇଁ ଅନୁରୋଧ କରିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା । ପୋଷ୍ଟର ବ୍ୟାନର ଦ୍ଵାରା ସରକାରୀ ଜାଗା, ମନୁମେଣ୍ଟ ନଷ୍ଟ ହେଉଛି ବୋଲି କହିଛନ୍ତି । ଯଦି ଦଳ ଭଲ କାମ କରୁଛି ତେବେ ଏତେ ପ୍ରଚାର ର ଅବସିକତା ନାହିଁ ବୋଲି କହିଛନ୍ତି ।

you can also read...

wp:embed {"url":"https://www.prameyanews7.com/odisha-cm-increased-the-remuneration-of-self-employed-artisans/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-cm-increased-the-remuneration-of-self-employed-artisans/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.